ଓଡିଶା

ସମ୍ବଲପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ 

(ସମ୍ବଲପୁର) : ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ବିଶାଳ ଗ୍ୟାରେଣ୍ଟି ଜନସମାବେଶରେ ଓଡ଼ିଶାବାସୀଙ୍କୁ ପ୍ରଧାନମନ୍ତ୍ରୀ ଦେବେ ୨୪ ପାଇଁ ପରିବର୍ତ୍ତନର ଆହ୍ୱାନ । ଆମ ସଂକଳ୍ପ ବିକଶିତ ଭାରତ-ବିକଶିତ ଓଡ଼ିଶା ନାରାରେ ଏଇଠୁ ଫୁଙ୍କିବେ ନିର୍ବାଚନୀ ମହାଲଢ଼େଇର ବିଗୁଲ୍ । ପ୍ରଧାନମନ୍ତ୍ରୀ ଆଜି ଅପରାହ୍ନ ଗୋଟାଏ ୧୫ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବେ ।

ସୂଚନାନୁଯାୟୀ , ସେଠାରୁ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଅପରାହ୍ଣ ୧ଟା ୪୫ରେ ଆଇଆଇଏମ୍ ସମ୍ବଲପୁରର ନିଜସ୍ୱ କ୍ୟାମ୍ପସରେ ପହଞ୍ଚିବେ । ସେଠାରୁ କାର୍ଯ୍ୟକ୍ରମ ସାରି ୩ଟାରେ ହେଲିକପ୍ଟର ଯୋଗେ ରେମେଡ ସଭାସ୍ଥଳ ଅଭିମୁଖେ ବାହାରିବେ । ରେମେଡ ସଭାସ୍ଥଳରେ ୩ଟା ୧୫ରେ ପହଞ୍ଚି ସାଧାରଣ ସଭାରେ ଯୋଗ ଦେବା ପରେ ଅପରାହ୍ଣ ୫ଟା ବେଳେ ନୂଆଦିଲ୍ଲୀ ଅଭିମୁଖେ ଫେରିଯିବାର କାର୍ଯ୍ୟକ୍ରମ ରହିଛି । ବିଜେପି ଶିବିରରେ ଏଥିପାଇଁ ଉତ୍ସାହ ଦେଖିବାକୁ ମିଳିଛି ।

Related posts

ବଣାଇର ପୂର୍ବତନ ବିଧାୟକ ହେମେନ୍ଦ୍ର ପ୍ରସାଦ ମହାପାତ୍ରଙ୍କର ବୁଧବାର ପରଲୋକ ଘଟିଛି

mahabharatanews

ଅମୀନ ରାଜକିଶୋରଙ୍କ ବିୟୋଗ

mahabharatanews

ଠିକାସଂସ୍ଥାର ଜାତୀୟ ରାଜପଥ ଅବରୋଧ, ଅଞ୍ଚଳରେ ଅସନ୍ତୋଷ

mahabharatanews