ଭାରତ

ଶ୍ରୀକୃଷ୍ଣଙ୍କ ଜନ୍ମଭୂମିରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

(ଉତ୍ତରପ୍ରଦେଶ) : ଉତ୍ତରପ୍ରଦେଶର ମଥୁରାସ୍ଥିତ ଶ୍ରୀକୃଷ୍ଣ ଜନ୍ମଭୂମି ମନ୍ଦିରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଦର୍ଶନ କରି ପୂଜା କରିଥିଲେ । ଯାହାକୁ ନେଇ ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି: ‘ମଥୁରାରେ ଶ୍ରୀକୃଷ୍ଣ ଜନ୍ମଭୂମି ମନ୍ଦିରରେ ଦିବ୍ୟ ପୂଜନର ସୌଭାଗ୍ୟ ମିଳିଲା । ବ୍ରଜର ପ୍ରତି କୋଣରେ ଥିବା ଗିରିଧର ଗୋପାଳଙ୍କ ମନୋହର ଦର୍ଶନ ଭାବବିଭୋର କଲା । ମୁଁ ତାଙ୍କ ନିକଟରେ ଦେଶର ମୋର ସମସ୍ତ ପରିବାରଜନଙ୍କ ସୁଖ-ସମୃଦ୍ଧି ଓ କଲ୍ୟାଣ କାମନା କରିଛି ।

ସୂଚନାନୁଯାୟୀ , ପ୍ରଧାନମନ୍ତ୍ରୀଙ୍କ ସହ ଉତ୍ତରପ୍ରଦେଶ ରାଜ୍ୟପାଳ ଶ୍ରୀମତୀ ଆନନ୍ଦୀବେନ୍ ପଟେଲ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ଥିଲେ । ଏହା ସହ ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତରପ୍ରଦେଶର ମଥୁରାଠାରେ ସନ୍ଥ ମୀରାବାଇଙ୍କ ୫୨୫ତମ ଜୟନ୍ତୀ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ସନ୍ଥ ମୀରାବାଇ ଜନ୍ମୋତ୍ସବରେ ଅଂଶଗ୍ରହଣ କରିଥିଲେ । ସନ୍ଥ ମୀରା ବାଇଙ୍କ ସମ୍ମାନରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ସ୍ମାରକୀ ଟିକଟ ଏବଂ ମୁଦ୍ରା ଉନ୍ମୋଚନ କରିଥିଲେ ।

Related posts

ବହୁମତ ସାବ୍ୟସ୍ତ ପାଇଁ ଉଦ୍ଦବ ଓ ଏକନାଥଙ୍କୁ ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନ

mahabharatanews

ନୋଏଡା ସ୍କୁଲରେ ୧୩ ବିଦ୍ୟାର୍ଥୀ ଓ ୩ ଶିକ୍ଷକ କରୋନା ସଂକ୍ରମିତ

mahabharatanews

ଗୁରମିତ ରାମ ରହିମକୁ ମିଳିଲା ‘Z’ ପ୍ଲସ୍‌ ସୁରକ୍ଷା

mahabharatanews