ଭାରତ

ଶ୍ରୀକୃଷ୍ଣଙ୍କ ଜନ୍ମଭୂମିରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

(ଉତ୍ତରପ୍ରଦେଶ) : ଉତ୍ତରପ୍ରଦେଶର ମଥୁରାସ୍ଥିତ ଶ୍ରୀକୃଷ୍ଣ ଜନ୍ମଭୂମି ମନ୍ଦିରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଦର୍ଶନ କରି ପୂଜା କରିଥିଲେ । ଯାହାକୁ ନେଇ ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି: ‘ମଥୁରାରେ ଶ୍ରୀକୃଷ୍ଣ ଜନ୍ମଭୂମି ମନ୍ଦିରରେ ଦିବ୍ୟ ପୂଜନର ସୌଭାଗ୍ୟ ମିଳିଲା । ବ୍ରଜର ପ୍ରତି କୋଣରେ ଥିବା ଗିରିଧର ଗୋପାଳଙ୍କ ମନୋହର ଦର୍ଶନ ଭାବବିଭୋର କଲା । ମୁଁ ତାଙ୍କ ନିକଟରେ ଦେଶର ମୋର ସମସ୍ତ ପରିବାରଜନଙ୍କ ସୁଖ-ସମୃଦ୍ଧି ଓ କଲ୍ୟାଣ କାମନା କରିଛି ।

ସୂଚନାନୁଯାୟୀ , ପ୍ରଧାନମନ୍ତ୍ରୀଙ୍କ ସହ ଉତ୍ତରପ୍ରଦେଶ ରାଜ୍ୟପାଳ ଶ୍ରୀମତୀ ଆନନ୍ଦୀବେନ୍ ପଟେଲ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ଥିଲେ । ଏହା ସହ ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତରପ୍ରଦେଶର ମଥୁରାଠାରେ ସନ୍ଥ ମୀରାବାଇଙ୍କ ୫୨୫ତମ ଜୟନ୍ତୀ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ସନ୍ଥ ମୀରାବାଇ ଜନ୍ମୋତ୍ସବରେ ଅଂଶଗ୍ରହଣ କରିଥିଲେ । ସନ୍ଥ ମୀରା ବାଇଙ୍କ ସମ୍ମାନରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ସ୍ମାରକୀ ଟିକଟ ଏବଂ ମୁଦ୍ରା ଉନ୍ମୋଚନ କରିଥିଲେ ।

Related posts

ସିବିଏସଇ ୧୦ମ ଓ ୧୨ଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆଡମିଟ୍ କାର୍ଡ ଜାରି 

mahabharatanews

୩୦ ବର୍ଷର ଶିକ୍ଷକତାରେ ୬୦ ଛାତ୍ରୀଙ୍କୁ ଦୁର୍ବ୍ୟବହାରର ଅବସର ପରେ ହେଲା ଖୁଲାସା

mahabharatanews

ଆଜି ବିହାର ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନ ତାରିଖ ଘୋଷଣା କରି ପାରନ୍ତି

mahabharatanews