(ଦିଲ୍ଲୀ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୪ ତାରିଖରେ ବାରାଣାସୀ ଲୋକସଭା ଆସନରୁ ତାଙ୍କର ନାମାଙ୍କନ ଦାଖଲ କରିବେ । ଲଗାତାର ଦୁଇଥର ରେକର୍ଡ ଭୋଟ୍ ସହ ପିଏମ ମୋଦୀ ଏହି ଆସନରେ ଜିତିଛନ୍ତି, ଏବେ ସେ ପୁଣିଥରେ ଏହି ଆସନରୁ ହ୍ୟାଟ୍ରିକ୍ ମାରିବା ଲାଗି ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।
ସୂଚନାନୁଯାୟୀ , ମୋଦିଙ୍କ ନାମାଙ୍କନ ଭରିବା କାର୍ଯ୍ୟକ୍ରମକୁ ଭବ୍ୟ କରିବା ଲାଗି ବାରାଣାସୀରେ ବିଜେପି ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାରାଣାସୀ କାର୍ଯ୍ୟକ୍ରମ ୧୩ ରୁ ଆରମ୍ଭ ହେବ । ସର୍ବପ୍ରଥମେ, ପ୍ରଧାନମନ୍ତ୍ରୀ ମୋଦୀ ସକାଳ ୧୦:୦୦ ରେ ପାଟଣାର ଗୁରୁଦ୍ୱାର ଗସ୍ତ କରିବେ, ଏହା ପରେ ସେ ସକାଳ ୧୦:୩୦ ରେ ହାଜିପୁରରେ ଏକ ବିରାଟ ସମାବେଶକୁ ସମ୍ବୋଧିତ କରିବେ । ତା’ପରେ ଅପରାହ୍ନ ୧୨:୦୦ ରେ ମୁଜାଫରନଗର, ୨:୩୦ ରେ ସରଣ ଏବଂ ସନ୍ଧ୍ୟା ୫ ରେ ବାରାଣାସୀ ଯିବେ । ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏକ ବଡ ରୋଡ୍ ସୋ ମଧ୍ୟ ବାରାଣାସୀରେ ଅପରାହ୍ନ ୫ ଟା ରେ ହେବାର କାର୍ଯ୍ୟକ୍ରମ ରହିଛି ।