ଓଡିଶା

ସକାଳ ୯ଟା ସୁଦ୍ଧା ୯.୨୫% ମତଦାନ

(ଭୁବନେଶ୍ୱର) : ରାଜ୍ୟରେ ସକାଳ ୯ଟା ସୁଦ୍ଧା ୯.୨୫% ମତଦାନ । ECI ଆପ୍‌ରୁ ମତଦାନ ନେଇ ସୂଚନା ମିଳିଛି । ଗଜପତିରେ ୧୦.୨୦%, ଗଞ୍ଜାମ ୬.୮୧%, କଳାହାଣ୍ଡି ୯.୦୬%, -କୋରାପୁଟ ୧୩.୧୪%, ମାଲକାନଗିରି ୯.୧୫%, ନବରଙ୍ଗପୁର ୮.୯୭%, ନୂଆପଡ଼ା ୯.୯୮%, ଓ ରାୟଗଡ଼ାରେ ୭.୫୨% ମତଦାନ ହୋଇଛି ।

ସୂଚନାନୁଯାୟୀ , ପ୍ରଥମ ପର୍ଯ୍ୟାୟରେ ମୋଟ ୬୨ ଲକ୍ଷ ୮୭ ହଜାର ଭୋଟର ମତଦାନ କରିବେ । ସେମାନଙ୍କ ମଧ୍ୟରୁ ୩୦ ଲକ୍ଷ ୯୭ ହଜାର ପୁରୁଷ, ୩୧ ଲକ୍ଷ ୮୯ ହଜାର ମହିଳା ଭୋଟର ଅଛନ୍ତି । ମୋଟ ୭ ହଜାର ୩୦୩ କେନ୍ଦ୍ରରେ ଭୋଟର ମତଦାନ ହେବ । ସମ୍ବେଦନଶୀଳ ବୁଥ ଗୁଡିକରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ମାଓପ୍ରବଣ ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି । ପ୍ରଥମ ପର୍ଯ୍ୟାୟ ପାଇଁ ମୋଟ୍ ୭ହଜାର ୩୦୩ ମତଦାନ କେନ୍ଦ୍ର କରାଯାଇଛି । ୧୨ଶହ ୭୬ ଆଦର୍ଶ ବୁଥ୍ କରାଯାଇଛି ।

Related posts

ଆଜି ୨୮୯ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

ହିଂଜିଳି ବ୍ଲକ ଚାଉଳ କଳ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦାନ

mahabharatanews

ରାଜ୍ୟରେ ଆଜି ପୁଣି କରୋନା ନେଲା ୧୧ ମୁଣ୍ଡ

mahabharatanews