ହାଇଦ୍ରାବାଦ: ମହିଳାୁ ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡର ୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରାଯିବା ପରେ ଏହି ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛି ତେଲେଙ୍ଗାନା ସରକାର । ଏକ ସ୍ୱ୍ୱତନ୍ତ୍ର ତଦନ୍ତ ଟିମ (ଏସଆଇଟି) ଗଠନ କରାଯାଇ ମାମଲାର ତଦନ୍ତ କରିବାକୁ ସରକାର ନିର୍ଦ୍ଦେଶ ଦେଇଛି । ଏହି ସ୍ୱତନ୍ତ୍ର ତଦନ୍ତକାରୀ ଟିମର ଦାୟିତ୍ୱ ନେଇଛନ୍ତି ରଚକୋଣ୍ଡା ପୋଲିସ କମିଶନର ମହେଶ ଏମ ଭାଗବତ ।
ହାଇଦ୍ରାବଦର ସାଇବରାବାଦ ପୋଲିସ ବିରୋଧରେ ଏକ ଏତଲା ଦେଇ ଏହି ଏନକାଉଣ୍ଟରକୁ ଏକ ମିଛ ଏନକାଉଣ୍ଟର ଦର୍ଶାଇଛି ।ୟ ଏହି ଅଭିଯୋଗ ପରେ ତେଲେଙ୍ଗାନାର କେସିଅ ।ର ସରକାର ଯାଞ୍ଚ ପାଇଁ ଏସଅ ।ଇଟି ଗଠନ କରିଛନ୍ତି । ସୂଚନା ଅନୁସାରେ ରଚକୋଣ୍ଡା ପୋଲିସ କମିଶନର ମହେଶ ଏମ ଭାଗବତଙ୍କ ନେତୃତ୍ୱରେ ଗଠିତ ଟିମ ଏନକାଉଣ୍ଟର ସଂପର୍କିତ ତଥ୍ୟ ହାସଲ କରିବ ।
ଟିମର ସଦସ୍ୟ ଏହି ମାମଲା ସହିତ ଜଡ଼ିତ ସାକ୍ଷ୍ୟମାନଙ୍କୁ ପ୍ରଥମେ ଚିହ୍ନଟ କରିବେ । ସେମାନଙ୍କର ବୟାନ ରେକର୍ଡ କରିବେ । ଏହା ବ୍ୟତୀତ ଏହି ଟିମ ଏନକାଉଣ୍ଟରରେ ସାମିଲ ହୋଇଥିବା ପୋଲିସ ଟିମକୁ ପଚରାଉଚରା କରିବେ ।