ଓଡିଶା

ବଡ଼ଦିନ : ପୁରୀରେ ପର୍ଯ୍ୟଟକଙ୍କ ଭିଡ଼

(ଭୁବନେଶ୍ୱର) : ବଡ଼ଦିନ ଅବସରରେ ପୁରୀରେ ପର୍ଯ୍ୟଟକଙ୍କ ଭିଡ଼ ହେତୁ ପୁରୀରେ ବ୍ୟାପକ ପୁଲିସ ବ୍ୟବସ୍ଥା । ପୁରୀର ତେରଟି ଚର୍ଚ୍ଚରେ ଯୁଶୁଖ୍ରୀଷ୍ଟଙ୍କ ଜନ୍ମୋତ୍ସବ ପାଳନ ହେଉଥିବାରୁ ଆଇନ ଶୃଙ୍ଖଳା ଓ ଭିଡ଼ ନିୟନ୍ତ୍ରଣକୁ ନଜରରେ ରଖି ଏଠାରେ ବ୍ୟାପକ ପୁଲିସ ବ୍ୟବସ୍ଥା କରାଯାଇଛି।

ସୂଚନାନୁଯାୟୀ, ଏହିସବୁ ସ୍ଥାନରେ ପୁଲିସ ଫୋର୍ସ ଓ ଗୃହରକ୍ଷୀମାନଙ୍କ ସମେତ ସ୍ଥାନୀୟ ପୁଲିସମାନଙ୍କୁ ନିୟୋଜିତ କରାଯାଇଛି। ତେଣୁ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଓ ଧାର୍ମିକ ଅନୁଷ୍ଠାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୨୫ ଜଣ ଅଫିସର ଓ ୫୫ ସେକ୍ସନ୍‌ ଫୋର୍ସ ମୁତୟନ ପାଇଁ ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ପାଇଁ ଜଣେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ସମେତ ୩୬ ସେକ୍ସନ୍‌ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।  ଏହା ସହ ସମୁଦାୟ ୫୫ ସେକ୍ସନ୍‌ ପୁଲିସ ଫୋର୍ସ ମଧ୍ୟ ନିୟୋଜିତ ରହିବେ ବୋଲି ସୂଚନା ମିଳିଛି।

Related posts

ଭୁବନେଶ୍ୱରରେ ୨୩୯ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ

mahabharatanews

ଓଏଏସ ସ୍ତରରେ ଅଦଳବଦଳ

mahabharatanews

କେମିକାଲ ମିଶ୍ରଣ ବେଳେ ଗୋଳାବାରୁଦ କରାଖାନାରେ ବିସ୍ଫୋରଣ ,୨ଗୁରୁତର

mahabharatanews