ଅପରାଧଓଡିଶା

ସମ୍ବଲପୁର ଧନୁପାଲି ଥାନା ଅଞ୍ଚଳରେ ଅପରାଧୀ ଏମ୍‌ଡି ସାମଦକୁ ଏନକାଉଣ୍ଟର କଲା ପୋଲିସ

ସମ୍ବଲପୁର:- ସମ୍ବଲପୁରରେ ପୋଲିସ ଏନକାଉଣ୍ଟର । ଧନୁପାଲି ଥାନା ଅଞ୍ଚଳରେ ଅପରାଧୀ ଏମ୍‌ଡି ସାମଦକୁ ଏନକାଉଣ୍ଟର କଲା ପୋଲିସ । ସାମଦ ଓ ତାର ଭାଇ ଏମଡି ଓ୍ବାସିମ ଜଣଙ୍କୁ ଛୁରାମାଡ କରି ହତ୍ୟା କରିଥିଲେ । ପୋଲିସ ଉଭୟଙ୍କୁ ଧରିବାକୁ ଯାଇଥିବାବେଳେ, ସେମାନେ ପୋଲିସ ଉପରକୁ ଗୁଳିଚଳାଇଥିଲେ । ଏହାପରେ ପୋଲିସ ପାଲଟା ଗୁଳି ଚଳାଇଥିଲା । ଏଥିରେ ଅପରାଧୀ ଏମଡି ସାମଦ ର ବାମ ଗୋଡରେ ଗୁଳି ବାଜିଥିଲା । ହେଲେ ତାର ଭାଇ ଏମଡି ଓ୍ବାସିମ ଫେରାର ହୋଇଯାଇଥିଲା  । ଗୁରୁତର ଅବସ୍ଥାରେ ସାମଦକୁ ଚିକିତ୍ସା ପାଇଁ ଭିମ୍‌ସାରରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରୁ ପୋଲିସ ୭.୬ ଏମଏମ ର ଗୋଟିଏ ପିସ୍ତଲ ଓ ଗୋଟିଏ ବାଇକ ଜବତ କରିଛି ।

Related posts

ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଶୁଭାଶିଷ ତାଳପତ୍ର 

mahabharatanews

ଆଉ ଭିକ ମାଗି ପାରିବେନି ରାଜଧାନୀ ଭିକାରୀ

mahabharatanews

ବୋମାମାଡ଼ ଘଟଣାରେ ୫ ଜଣ ଗିରଫ

mahabharatanews