ଅପରାଧଓଡିଶା

ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଥାନା, ପୁଣି ଥରେ ଚର୍ଚ୍ଚାରେ । ଗତ କିଛିଦିନ ପୁର୍ବରୁ ଛେଳି ଚୋରି କରି ମାଂସ ଭୋଜି କରିବାକୁ ନେଇ ବିବାଦୀୟ ହୋଇଥିଲା । ଆଉ ଏବେ ଏହି ଥାନା ପୁଣି ଥରେ ବିବାଦୀୟ ହୋଇ ପଡିଛି । ସିନ୍ଧେକେଲା ଥାନା ଅଧିକାରୀ ଆଲୋକ ବେହେରା ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗତକାଲି ରବିବାର ଦିନ ଭିଜିଲାନ୍ସ ବିଭାଗ କାବୁ କରିଛି । ଚାନ୍ଦୋତରା ବ୍ୟାଙ୍କରେ ପୂର୍ବରୁ କାର୍ୟ୍ୟରତ ଅଜିତ କୁମାର ଘଡେଇଙ୍କ ଏକ ମାମଲା ରହିଥିଲା । ପୂର୍ବ ମାମଲାର ଚାର୍ଜ ସିଟରୁ ନାମ କାଟି ଦେବା ପାଇଁ ଥାନା ଅଧିକାରୀ ଆଲୋକ ବେହେରା ଗତକାଲି ରବିବାର ଦିନ ୧ ଟା ସମୟରେ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଥାନା କାର୍ଯ୍ୟାଳୟରେ ବରଗଡ଼ ଭିଜିଲାନ୍ସ ଡ଼ିଏସପି ସତ୍ୟବାନ ମହାନନ୍ଦ, ବଲାଙ୍ଗିର ଡ଼ିଏସପି ପୁଲସ୍ତି ଛତ୍ରିଆଙ୍କ ନେତୃତ୍ୱରେ ବରଗଡ଼ ,ସମ୍ବଲପୁର, ବଲାଙ୍ଗିର ଭିଜିଲାନ୍ସ ଟିମ ପହଞ୍ଚି କାବୁ କରିଥିଲେ । ଆଉ ଏବେ ଲାଞ୍ଚୁଆ ଥାନା ଅଧିକାରୀଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି ।

Related posts

ରାଜଧାନୀରୁ ୩୮ ସଂକ୍ରମିତ ଚିହ୍ନଟ: ୨୫ ହୋମ କ୍ୱାରେଣ୍ଟାଇନ, ୧୩ ସ୍ଥାନୀୟ

mahabharatanews

ସାବଧାନ ବୁଲୁଛି ମହାବଳ

mahabharatanews

ରାଇରଙ୍ଗପୁରରେ ଓଡିଶା ରାଜ୍ୟ ବ୍ରାହ୍ମଣ ମହାସଭା ତରଫରୁ ତ୍ରିଦିବସୀୟ ମହାଯଜ୍ଞ

mahabharatanews

Leave a Comment