ଅପରାଧ

ଗଞ୍ଜେଇ କେଶରେ ଫସିଗଲେ ପୋଲିସ ସାହେବ

ଜୟପୁର: ରକ୍ଷକ ସାଜିଛି ଭକ୍ଷକ । ଏ କଥା ବାରମ୍ବାର ଶୁଣିବାକୁ ମିଳୁଛି । କାରଣ ସାଧାରଣ ଜନତା ଯାହାକୁ ବିଶ୍ୱାସ ଭରସା କରି ଅଚିନ୍ତା ନିଦରେ ଶୋଉଛି । ସେହି ପୋଲିସ କର୍ମଚାରୀମାନେ କଳା ବେପାରରେ ଜଡିତ ହେବା ସହ ଲୋକମାନଙ୍କୁ ଶୋଷଣ କରୁଥିବା ଦେଖାଯାଉଛି । ଏହିଭଳି ଆଉ ଏକ ଘଟଣା ସାମନାକୁ ଆସିଛି କୋରାପୁଟ ଜୟପୁର ଅଞ୍ଚଳରୁ । ଗଞ୍ଜେଇ ଚୋରା ଚାଲାଣ କାରବାରକୁ ନେଇ ଜଣେ ପୋଲିସ କର୍ମଚାରୀ ଅଟକ ରହିଛନ୍ତି । ଏ ଘଟଣା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବା ବେଳେ ଖାକୀ ବର୍ଦ୍ଦି ଉପରେ କଳା ଦାଗ ପଡିଛି ।
ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଘଟଣାରେ ସମ୍ପୃକ୍ତ ଅଭିଯୋଗରେ ଜଣେ ହୋମଗାର୍ଡଙ୍କୁ ଅଟକ ରଖିଛି ଜୟପୁର ସଦର ପୋଲିସ । ଏହି ହୋମ ଗାର୍ଡଙ୍କ ଘର ଗୟପୁର ନିକଟସ୍ଥ କୋଲାବରେ ବୋଲି ଜଣାପଡିଛି । ଦୁଇଟି ସ୍ଥାନରେ ଦୁଇଟି ଗାଡି ସହ ମୋଟ ଦେଢ ଟନ ଗଞ୍ଜେଇ ଜବତ ହୋଇଥିବା ସୂଚନା ମିଳିଛି । ଜବତ ହୋଇଥିବା ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ଦେଢ କୋଟି ଟଙ୍କାରୁ ଅଧିକ ହେବ । ଏହି ଟ୍ରକରେ ରାଜ୍ୟ ବାହାରକୁ ପାଖାପାଖି ୪ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଚାଲାଣ କରୁଥିଲେ ଏହି ହୋମଗାର୍ଡ । ତେବେ ଏଠାରେ ବଢୁଥିବା ଗଞ୍ଜେଇ ଚାଲାଣକୁ ରୋକିବା ପାଇଁ କୋରାପୁଟ ପୋଲିସ ତତ୍ପର ହେଉଥିବା ବେଳେ ଏଙଳି ଏକ ଘଟଣା ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ।

Related posts

ଯୌତୁକ ପାଇଁ ଗର୍ଭବତୀ ମହିଳାଙ୍କୁ ହତ୍ୟା ଅଭିଯୋଗ

mahabharatanews

ଲୁଟିନେଲେ ଆଞ୍ଜେଲ ପ୍ରିୟା

mahabharatanews

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନୁଗୁଳ ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କ ଘରେ ଭିଜିଲାନ୍ସ ଚଢାଉ

mahabharatanews