ଓଡିଶା

ଖରସ୍ରୋତା ବଞ୍ଚାଇବାକୁ ଯାଇ ଗଛମୂଳେ ଶ୍ରୀକାନ୍ତ

କଟକ: ଖରସ୍ରୋତା ବଞ୍ଚାଅ ଅଭିଯାନ ଓ ଭିତରକନିକା ସୁରକ୍ଷା ପାଇଁ ଦୀର୍ଘ ୧୬ ଦିନ ହେଲା ଆମରଣ ଅନଶନ କରୁଥିବା ଶ୍ରୀକାନ୍ତ ନାୟକ ଗୁରୁତର ଅସୁସ୍ଥ ହେବା ପରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ତାଙ୍କ ପ୍ରତି ଦେଖାଇଛି ବୈମାତୃକ ମନୋଭାବ। ଅସୁସ୍ଥତା ହେତୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଶ୍ରୀକାନ୍ତ ନାୟକଙ୍କୁ ଗତକାଲି ରାତାରାତି କଟକ ସ୍ଥାନାନ୍ତର କରାଯାଇଛି। ମାତ୍ର କଟକ ଏସ୍ସିବିରେ ବେଡ ଅଭାବ ଥିବାରୁ ଗଛ ମୂଳେ ପଡ଼ି ରହିଛନ୍ତି ଶ୍ରୀକାନ୍ତା।
କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ମେଡିକାଲ ବିଭାଗର ୧୦୭ ନମ୍ବର ବେଡ୍ରେ ଚିକିତ୍ସିତ ହେଉଥିଲେ ଶ୍ରୀକାନ୍ତ । ତାଙ୍କ ଅବସ୍ଥା ଠିକ ଥିଲା । କିନ୍ତୁ ଗତ ରାତିରେ ହଠାତ୍ କିଛି ପୁଲିସ୍ କର୍ମୀ ପହଞ୍ଚି ଏକ ରେଫରାଲ କାଗଜ ଦେଖାଇ କଟକ ସ୍ଥାନାନ୍ତର କରାଯିବ ବୋଲି କହିଥିଲେ। ଏଥିସହ ତାଙ୍କୁ ଜୋରଜବରଦସ୍ତି ପୁଲିସ ସହାୟତାରେ ୧୦୮ ଆମ୍ବୁଲାନ୍ସ ଡକାଇ ବିଳମ୍ବିତ ରାତିରେ ଶ୍ରୀକାନ୍ତଙ୍କୁ କଟକ ପଠାଇଥିଲା କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ।ହେଲେ ଏସସିବି ମେଡିକାଲ ୱାର୍ଡରେ ବେଡ୍ ନଥିବାରୁ ଗଛ ତଳେ ପଡ଼ିଛନ୍ତି ଶ୍ରୀକାନ୍ତ ।

 

Related posts

ଅନ୍ୟ ରାଜ୍ୟ ଯିବାକୁ ଚାହୁଁଥିଲେ ମିଳିବ ଇ-ପାସ୍

mahabharatanews

ଆଜି ପୁଣି ବିଏମସି କମିଶନରଙ୍କୁ ଭେଟିବେ ମାର୍କେଟ ବିଲ୍ଡିଂ ସ୍ଥାୟୀ ବ୍ୟବସାୟୀ

mahabharatanews

ବିଦ୍ୟୁତ ନେଲା ଭାଲୁର ଜୀବନ

mahabharatanews