ଓଡିଶା

ଶ୍ରୀମନ୍ଦିରର ରତ୍ନ ଭଣ୍ଡାର ପ୍ରତି ବିପଦ

ପୁରୀ: ଶ୍ରୀମନ୍ଦିରର ରତ୍ନ ଭଣ୍ଡାର ପ୍ରତି ବିପଦ । ରତ୍ନ ଭଣ୍ଡାରର ବାହାର କାନ୍ଥ ଓ ଛାତରେ ଫାଟ ରହିଛି । ଭିତର ଭଣ୍ଡାରର ସ୍ଥିତି ମଧ୍ୟ କମ ବିପଦପୂର୍ଣ୍ଣ ନୁହେଁ ବୋଲି ସୂଚନା ଅଧିକାରୀ ଆଇନ ବଳରେ ମିଳିଥିବା ତଥ୍ୟରୁ ଜଣାପଡିଛି । ସୂଚନା ଅଧିକାର କର୍ମୀ ଦିଲ୍ଲୀପ ବରାଳ ଏନେଇ ଆରଟିଆଇରୁ ତଥ୍ୟ ମାଗିଥିଲେ । ରତ୍ନଭଣ୍ଡାର ଯାଞ୍ଚ ରିପୋର୍ଟ ସଂପର୍କରେ ୨୦୧୮ ମସିହାରେ ଆରଟିଆଇ ଆକ୍ଟରେ ଆବେଦନ ହୋଇଥିଲା । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ତଥ୍ୟ ଉଦବେଗ ସୃଷ୍ଟି କରିଛି । ଆରଟିଆଇ ତଥ୍ୟରେ ଭଣ୍ଡାରର ବହୁ ସ୍ଥାନରେ ଛାତରୁ ସିମେଣ୍ଟ ଖସୁଥିବା ଓ କାନ୍ଥ ଓଦା ଥିବା ଜଣାପଡ଼ିଛି।
ରାଜ୍ୟ ସରକାରଙ୍କ ବିଧି ବିଭାଗ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ, ୨୦୧୮ ଏପ୍ରିଲ୍ ୪ରେ ସ୍ୱତନ୍ତ୍ର କମିଟି ଦ୍ୱାରା ବାହାର ରତ୍ନଭଣ୍ଡାର ଚାବି ଖୋଲାଯାଇ ଭଣ୍ଡାର ମେକାପଙ୍କ ସହ ସମସ୍ତ ପ୍ରାଧିକୃତ ବ୍ୟକ୍ତି ବାହାର ଭଣ୍ଡାର ଗୃହକୁ ଯାଇଥିଲେ। ଏହି ଗୃହର କାନ୍ଥ ଓ ଛାତକୁ ଏଏସ୍ଆଇ ଏବଂ କୋର କମିଟି ସଦସ୍ୟ ଅନୁଧ୍ୟାନ କରିଥିଲେ। କାନ୍ଥରେ ଲାଗିଥିବା ଅଳନ୍ଧୁ ସଫା କରାଯିବା ପରେ କାନ୍ଥ ଓ ଛାତରେ ଥିବା ଫାଟ ଦେଖିବାକୁଥିଲା। କାନ୍ଥର କେତେକ ସ୍ଥାନ ଓଦାରେ ସନ୍ତସନ୍ତିଆ ଥିବା ଦେଖିବାକୁ ମଳିଥିଲା । ବାହାର ଭଣ୍ଡାର ଜାଲି ବାଟ ଦେଇ ଭିତର ଭଣ୍ଡାର କାନ୍ଥ ଓ ଛାତକୁ ପ୍ରାଧିକୃତ ସଦସ୍ୟ ଓ ପ୍ରଶାସକମାନେ ସମାନ ଅବସ୍ଥା ଦେଖି ଥିଲେ।
କିନ୍ତୁ କେହି ଭିତର ଭଣ୍ଡାର ତାଲା ଖୋଲିବାକୁ ଚାହିଁ ନ ଥିଲେ । ଭିତର ଭଣ୍ଡାରରେ ୩ଟି ତାଲା ପଡ଼ିଥିଲା। ସେଥିରୁ ଗୋଟିକରେ ଜଉମୁଦ ଦିଆଯାଇଥିଲା। ବାହାରୁ ଏକ ଲୁହା ପାଇପ୍ ଆଣି ଜାଲି ବାଟ ଦେଇ ପାଇପ ଭର୍ତ୍ତି କରି ଭିତର ଭଣ୍ଡାରର ଦୈର୍ଘ୍ୟ ଓ ପ୍ରସ୍ଥ ମାପି କାମ ସାରି ଦେଇଥିଲେ । ସେଦିନର ବିବରଣୀରେ କୌଣସି ସ୍ଥାନରେ ରତ୍ନଭଣ୍ଡାର ଚାବି ହଜି ଥିବା ଉଲ୍ଲେଖ ନଥିଲା। ତେଣୁ ରତ୍ନ ଭଣ୍ଡାର ଚାବି ହଜି ଯିବା ଓ ପରେ ପୁରୀ ଟ୍ରେଜେରିରୁ ପରିତ୍ୟକ୍ତ ଲଫାଫାରୁ ଉଦ୍ଧାର ହେବା ଘଟଣାର ସତ୍ୟତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାଛଡ଼ା ଭଣ୍ଡାର ଘରର ମରାମତି ଜରୁରୀ ଥିଲେ ବି ସେନେଇ କୌଣସି ପଦକ୍ଷେପ ନିଆଯାଇ ନଥିବା ମଧ୍ୟ ଏହି ତଥ୍ୟରୁ ଜଣାପଡ଼ିଛି। ଆଇନମନ୍ତ୍ରୀଙ୍କୁ ଏସମ୍ପର୍କରେ ପଚରାଯିବାରେ ସେ କହିଛନ୍ତି, ରତ୍ନଭଣ୍ଡାର ସୁରକ୍ଷା ପାଇଁ ଯାହା ପଦକ୍ଷେପ ଦରକାର ତାହା ନିଆଯିବ ।

 

Related posts

ଦିଗପହଣ୍ଡିରେ ପହଞ୍ଚିଲା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ପ୍ରଦତ୍ତ ରିଲିଫ ସାମଗ୍ରୀ

mahabharatanews

ହାତୀ ଆକ୍ରମଣରେ ଯୁବକ ଗୁରୁତର

mahabharatanews

ଦୁଇ ଵେଆଇନ କରତକଳ ଉପରେ ଚଢାଉ, ୫୦ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କାର ଯନ୍ତ୍ରାଂଶ, କାଠ ଜବତ

mahabharatanews