ଓଡିଶା

ବର୍ଷାରେ ଘର ଭାଙ୍ଗିଥିବା ପରିବାରଙ୍କୁ ମିଳିଲା ପଲିଥିନ

(ସୂର୍ଯ୍ୟକାନ୍ତ ବେହେରା/ମାଲକାନଗିରି): ଲଗାଣ ବର୍ଷା ଯୋଗୁ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି । ଅତି ପ୍ରବଳ ବର୍ଷା ହେବା ଦ୍ୱାରା ଏହି ଅଞ୍ଚଳରେ ବହୁ ଲୋକଙ୍କର ଘର ଭାଙ୍ଗିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ବେଜାଙ୍ଗିୱାଡା ପଞ୍ଚାୟତର କୁରୁକୁଣ୍ଡି ଗାଁରେ କେତେକ ଲୋକଙ୍କ ଘର ଭାଙ୍ଗି ଯାଇଥିବା ଜଣାପଡ଼ିଛି । ଏହି ଖବର ପାଇବା ପରେ କାଲିମେଳା ତହସିଲ ପକ୍ଷରୁ ଉକ୍ତ ପରିବାରଗୁଡିକୁ ସାହାଯ୍ୟ ଯୋଗାଇ ଦିଆଯାଇଛି । ତହସିଲଦାର ଆଲୋକ କୁମାର ଅନୁଗୁଳିଆ କୁରୁକୁଣ୍ଡି ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ଘର ଭାଙ୍ଗି ଯାଇଥିବା ପରିବାର ଲୋକଙ୍କୁ ପଲିଥିନ ପ୍ରଦାନ କରିଛନ୍ତି । ଏହାସହ ଗ୍ରାମବାସୀଙ୍କୁ ଅନ୍ୟାନ୍ୟ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି ।

Related posts

କର୍ଲାମୁଣ୍ଡା ବ୍ଳକ୍ ସମିତି ସଭ୍ୟମାନଙ୍କ ଗଣଧାରଣା

mahabharatanews

ଦୁଇଟି ନୂଅ। ଅତ୍ୟାଧୁନିକ ପି.ସି.ଅ।ର. ଭ୍ୟାନ ପ୍ରଚଳିତ

mahabharatanews

ଖାଇବାକୁ କେନ୍ଦ୍ର କରି ବରମୁଣ୍ଡା ନୂଆ ବସଷ୍ଟାଣ୍ଡରେ ବୋମା ମାଡ଼

mahabharatanews