ଦେଶ ବିଦେଶ

ବଲିଉଡର ଲୋକପ୍ରିୟ ଗାୟିକା ଆଶା ଭୋସଲେଙ୍କ ପରଲୋକ

ବଲିଉଡର ଲୋକପ୍ରିୟ ଗାୟିକା ଆଶା ଭୋସଲେଙ୍କ ପରଲୋକ । ୯୨ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଆଶା ତାଇ । ଆଶାଙ୍କ ପରଲୋକ ନେଇ ତାଙ୍କ ପୁଅ ଆନନ୍ଦ ଭୋସଲେ ସୂଚନା ଦେଇଛନ୍ତି । ମୁମ୍ବାଇର ବ୍ରିଚକ୍ୟାଣ୍ଡି ହସ୍ପିଟାଲ୍‌ରେ ତାଙ୍କର ଦେହାନ୍ତ ଘଟିଛି ।

Asha Bhosle hospitalised after cardiac arrest in Mumbai | Entertainment  News - News9live

ଆଶା ଭୋସଲେ ଶନିବାର ସନ୍ଧ୍ୟାରେ ହୃଦ୍‌ଘାତର ଶିକାର ହୋଇଥିଲେ । ହୃଦ୍‌ଘାତ ହେବାପରେ ତାଙ୍କୁ ମୁମ୍ବାଇର ବ୍ରିଚକ୍ୟାଣ୍ଡି ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇ ଇମର୍ଜେନ୍ସି ମେଡିକାଲ ସେବା ବିଭାଗରେ ଚିକିତ୍ସା କରାଯାଉଥିଲା । ଆଶା ହୃଦ୍‌ଘାତ ଏବଂ ଶ୍ୱାସକ୍ରିୟାଜନିତ ସମସ୍ୟାର ସମ୍ମୁଖୀନ ହୋଇଥିବାରୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିଲା । ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି । ସୋମବାର ଅପରାହ୍ନ ୪ଟାରେ ଶିବାଜୀ ପାର୍କରେ ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହିତ ତାଙ୍କର ଅନ୍ତିମ ସଂସ୍କାର କରାଯିବା ନେଇ ସୂଚନା ମିଳିଛି । ତାଙ୍କ ପରଲୋକ ଭାରତୀୟ ସଙ୍ଗୀତରେ ଏକ ଯୁଗର ଅନ୍ତ ଘଟିଛି ।

At 92, Asha Bhosle Rekindles Feud with Mohammed Rafi | OPINION

Related posts

ଭାରତୀୟ ବୈଦେଶିକ ନୀତି ଉପରେ ରାହୁଲ ଗାନ୍ଧୀଙ୍କ କଟାକ୍ଷ

mahabharatanews

ଇରାନକୁ ଆମେରିକା ବାୟୁସେନା ଘାଟିର ସାଟେଲାଇନ ଚିତ୍ର ଦେଉଛି ଋଷ…

mahabharatanews

ଭାରତ ତାହା କରିଛି ଯାହା ପାକିସ୍ତାନ କରିପାରିଲା ନାହିଁ…

mahabharatanews