(କଣିହାଁ /ଜ୍ୟୋତିରଞ୍ଜନ ଧର): ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ସ୍ୱାସ୍ଥ୍ୟ ସେବା ଏବଂ କରୋନା ଭୁତାଣୁ ସଂକ୍ରମଣର ପ୍ରତିରୋଧ କରିବା ଉଦେଶ୍ୟ ଜନପ୍ରିୟ ସାଂସଦ ମହେଶ ସାହୁ ପ୍ରାୟ ଏକ କୋଟି ଆର୍ଥୀକ ସହାୟତା ପ୍ରଦାନ କରି ନିଆରା ଉଦାହରଣ ସୃଷ୍ଠି କରିଛନ୍ତି । ସାଂସଦ ଶ୍ରୀଯୁକ୍ତ ସାହୁଙ୍କ ଏଭଳି ଉଦ୍ୟମ ପାଇଁ ଲୋକସଭା କ୍ଷେତ୍ରର ଜନତା ବେଶ ପ୍ରଶଂସା କରିବା ସହିତ ନିଜକୁ ଗର୍ବ ଅନୁଭବ କରିଛନ୍ତି । ସାମ୍ପ୍ରତିକ ପରିସ୍ଥିତିରେ ଢେଙ୍କାନାଳ ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥକୁ ଆଖିରେ ରଖି ସ୍ୱାସ୍ଥ୍ୟ ସେବାର ବିକାଶ ପାଇଁ କରୋନା ଆଇସୋଲେସନ୍ ୱାର୍ଡ ପାଇଁ ସାଂସଦଙ୍କ ନିଜସ୍ୱ ପାଣ୍ଠିରୁ ୩୬ ଲକ୍ଷ ଟଙ୍କା ଏବଂ ଅନୁଗୁଳ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ପାଇଁ ୩୬ଲକ୍ଷ ଓ ଉପଖଣ୍ଡ ଚିକିତ୍ସାଳୟ ପାଇଁ ୨୮ଲକ୍ଷ ଅର୍ଥ ରାଶି ପ୍ରଦାନ କରିଛନ୍ତି ।
କରୋନା ମୁକାବିଲା ନେଇ ରାଜ୍ୟ ସରକାର ଚିନ୍ତିତ ଥିବା ବେଳେ କରୋନାର ସଠିକ ସୁପରିଚାଳନା ପାଇଁ ଅନୁରୂପ ଭାବରେ ସାଂସଦ ଶ୍ରୀଯୁକ୍ତ ସାହୁ ଓଡିଶା ମୂଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି(କୋଭିଡ-୧୯)କୁ ଢେଙ୍କାନାଳ ସାଂସଦ ମହେଶ ସାହୁ ୨ଲକ୍ଷ ଟଙ୍କା ଚେକ୍ ମଧ୍ୟ୍ୟ ଆକାରରେ ପ୍ରଦାନ କରିଛନ୍ତି । ଢେଙ୍କାନାଳ ଜିଲ୍ଲା ଜିଲ୍ଲାପାଳ ଭୂମେଶ ଚନ୍ଦ୍ରବେହେରାଙ୍କୁ ଏହି ଚେକ ପ୍ରଦାନ କରିଛନ୍ତି । ଏହିଭଳି ସଙ୍କଟ ଜନକ ସ୍ଥିତିରେ ମୋଟ ୧ କୋଟି ଆର୍ଥିକ ସହାୟତା ପ୍ରଦାନ କରି ଦେଶ ଓ ରାଜ୍ୟକୁ କରୋନା ମୁକାବିଲାରେ ନିଜକୁ ସାମିଲ କରିଛନ୍ତି । ସେହିପରି ହିନ୍ଦୋଳ ବ୍ଳକ ଅଧ୍ୟକ୍ଷ ପ୍ରିୟରଂଜନ ମାହୁନ୍ତ ମୂଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୨୫ହଜାର ଟଙ୍କାର ଚେକ୍ ପ୍ରଦାନ କରିଥିବା ଜଣାପଡିଛି । ଅନୁରୂପ ଭାବରେ ବିଭିନ୍ନ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଗଳି କନ୍ଦିରେ ଲୋକଙ୍କୁ କରୋନା ସଚେତନା ବାର୍ତ୍ତା, ଲକଡାଉନ (ତାଲା ବନ୍ଦ )ସଫଳତାର ସହିତ ତୁଲାଇବା, ଅନାସୟ କାର୍ୟ୍ୟରେ ଘରୁ ନବାହାରିବା ପାଇଁ ଲୋକଙ୍କୁ ପରାମର୍ଶ ଦେଉଥିବାର ଦୂଶ୍ୟପଟ ପ୍ରତିଦିନ ଦେଖିବାକୁ ମିଳୁଛି ।