ମନୋରଞ୍ଜନ

ସର୍ଜରୀ ସାରି ଭାରତ ଫେରିଲେ ସୁପରଷ୍ଟାର ପ୍ରଭାସ

(ମୁମ୍ବାଇ) : ସାଉଥ ଫିଲ୍ମ ସହ ବଲିଉଡ୍ ଫିଲ୍ମ କରି ସୁପରଷ୍ଟାର ପ୍ରଭାସ ଆଣ୍ଠୁର ସର୍ଜରୀ କରାଇଥିବା ଜଣାପଡ଼ିଛି। କିଛି ବର୍ଷ ତଳେ ତାଙ୍କର ଆଣ୍ଠୁ ସମସ୍ୟା ବାହାରିଥିବା ବେଳେ ଲଗାତାର କାମ କରୁଥିବାରୁ ତାଙ୍କର ସମସ୍ୟା ଆହୁରି ବଢ଼ିଥିଲା। ଏହାର ଚିକିତ୍ସା ପାଇଁ ନିକଟରେ ପ୍ରଭାସ ତାଙ୍କର ଆଣ୍ଠୁ ସର୍ଜରୀ କରାଇଥିବା ଜଣାପଡ଼ିଛି। ଚିକିତ୍ସା ପାଇଁ ସେ ୟୁରୋପ ଯାଇଥିବା ବେଳେ ସେଠାରେ ତାଙ୍କର ସର୍ଜରୀ କରାଯାଇଥିଲା। ଏବେ ପ୍ରଭାସ ଭାରତ ଫେରିଛନ୍ତି।

ସୂଚନାନୁଯାୟୀ , ସେ ବିମାନବନ୍ଦରରୁ ବାହାରି ଘର ଅଭିମୁଖେ ଯାଉଥିବା ଦେଖିବାକୁ ମିଳିଛି। ଏହି ସମୟରେ ସେ କଳାରଙ୍ଗର ପୋଷାକ ପିନ୍ଧିଥିବା ବେଳେ ମୁହଁରେ ମାସ୍କ ପିନ୍ଧିଥିବାର ନଜର ଆସିଛନ୍ତି। ପ୍ରଭାସଙ୍କ ପେସାଦାର ଜୀବନ ବିଷୟରେ କହିବାକୁ ଗଲେ ସେ ବର୍ତ୍ତମାନ ‘ସାଲାର’ ରିଲିଜକୁ ଅପେକ୍ଷା କରିଛନ୍ତି। ପ୍ରଭାସଙ୍କ କ୍ୟାରିୟର ପାଇଁ ଏହି ଚଳଚ୍ଚିତ୍ରଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

Related posts

‘ଆଦିପୁରୁଷ’କୁ କଟାକ୍ଷ ‘ହିନ୍ଦୁଙ୍କ ଭିତରେ ଏକତା ଦେଖି ପାରୁନାହିଁ’:ଶକ୍ତିମାନ

mahabharatanews

ଏହି କାରଣରୁ ଜୀବନ ହାରିଲେ ନିର୍ଦ୍ଦେଶକ ନୀତିନ ଦେଶାଇ ! 

mahabharatanews

ନିଜର ମାଆଙ୍କ ସହିତ ରହୁଛନ୍ତି ଐଶ୍ବର୍ଯ୍ୟା

mahabharatanews