ଓଡିଶାରାଜନୀତି

ବିଜେପିରେ ଆନୁଷ୍ଠାନୀକ ଭାବେ ସାମିଲ ହୋଇଛନ୍ତି ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର: ପଦ୍ମ ଧରିଲେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ । କଂଗ୍ରେସରୁ ଇସ୍ତଫା ଦେବା ପରେ ବିଜେପିରେ ମିଶି ଥିବା କୁହାଯାଉଛି । ତେବେ ଆଜି ସୋନପୁରରେ ଆୟୋଜିତ ସମାବେଶକୁ ଆସୀ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଟିକେଟ୍ କାଟିବା ପରେ ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ପ୍ରବୋଧ । ତଳସରା ବିଧାନସଭା ଆସନ ପାଇଁ ପ୍ରଥମେ କଂଗ୍ରେସ ତାଙ୍କୁ ଟିକେଟ୍ ଦେଇଥିଲା କିନ୍ତୁ ପରେ ତାଙ୍କ ଟିକେଟ୍ କାଟିଦେଲା ଏବଂ ପ୍ରର୍ଥୀ ବଦଳାଇ ଦେବାରୁ କାନ୍ଦିଥିଲେ ପ୍ରବୋଧ । ଆଜି ଅମିତ ଶାହାଙ୍କ ଗସ୍ତ ସମୟରେ ସେ ପଦ୍ମ ଶିବିରରେ ସାମିଲ ହୋଇଛନ୍ତି । ସୋନପୁର ବିଜେପିର ବିଜୟ ସଂକଳ୍ପ ସଭାରେ ପ୍ରବୋଧ ପଦ୍ମ ଧରିଛନ୍ତି । ତେବେ ଏହି ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ଏବଂ ବଲାଙ୍ଗୀର ସାଂସଦଙ୍କ ସମେତ ରାଜ୍ୟ ବିଜେପିର ଶୀର୍ଷନେତା ଉପସ୍ଥିତ ଥିଲେ ।
ସୂଚନା ଅନୁଯାୟୀ, ଗତ ବର୍ଷ ସେପ୍ଟେମ୍ବର ମାସରେ ପ୍ରବୋଧ କଂଗ୍ରେସରେ ଯୋଗ ଦେଇଥିଲେ । ରାଜନୀତିରେ ତଳସରା ଅଞ୍ଚଳ ଲୋକଙ୍କ ସେବା କରିବା ଉଦ୍ଦେଶ୍ୟରେ ସେ ଚାକିରି ବି ଛାଡି ଦେଇଥିଲେ ।

Related posts

ଆରମ୍ଭ ହେଲା ପହଣ୍ଡି,ସିଂହାସନକୁ ବିଜେ କରିବେ ସୁଦର୍ଶନ

mahabharatanews

କରୋନା ଯୋଦ୍ଧାଙ୍କୁ ମାଡ଼

mahabharatanews

ଶ୍ରୀମନ୍ଦିରର ଦଇତାପତି ନିଯୋଗ ପକ୍ଷରୁ ଏକ ଲକ୍ଷ ୫୧ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ

mahabharatanews