ଓଡିଶା

କୁଳଡିହା ଅଭୟାରଣ୍ୟରେ ବାଘ ଗଣନା ଆରମ୍ଭ  

(ବାଲେଶ୍ୱର) : ବାଲେଶ୍ୱର ଜିଲ୍ଲା କୁଳଡିହା ଅଭୟାରଣ୍ୟରେ ଆରମ୍ଭ ହେଲା ବାଘ ଗଣନା । କୁଳଡିହା ସମେତ ସମସ୍ତ ଫରେଷ୍ଟ ଡିଭିଜନରେ ଚାଲିଛି ବାଘ ଗଣନା । ୫ ଦିନ ଧରି ବାଘ ଏବଂ ଅନ୍ୟାନ୍ୟ ପ୍ରାଣୀଙ୍କ ଗଣନା କରାଯିବା ନେଇ ସୂଚନା ରହିଛି । କୁଳଡିହାର ୧୪ଟି ବିଟରେ ୪୨ ବନ କର୍ମଚାରୀ ନିୟୋଜିତ ରହିବେ ।

ସୂଚନାନୁଯାୟୀ , କୁଲଡିହାରେ ନୀଳଗିରି ରେଞ୍ଜ୍, ସୋର, ଜଳେଶ୍ୱର ଏବଂ ଚାନ୍ଦିପୁର ରେଞ୍ଜରେ ମଧ୍ୟ ବନ୍ୟା ଜୀବଜନ୍ତୁଙ୍କ ଗତିବିଧି ଏବଂ ଉପସ୍ଥିତି ଉପରେ ନଜର ରଖାଯିବ । ଯେଉଁଥି ପାଇଁ ୫୨ଟି ବିଟରେ ୨୫୦ ଅଧିକ ବନ କର୍ମଚାରୀ ନିୟୋଜିତ ଅଛନ୍ତି । ବାଂଲାଦେଶ ଉପକୂଳ ଅତିକ୍ରମ କଲା ବାତ୍ୟା ‘ହାମୁନ୍’ ସେହିପରି ଶିମିଳିପାଳରେ ଚଳିତ ମାସ ୧୮ ତାରିଖରୁ ଆରମ୍ଭ ହୋଇଛି ବାଘ ଗଣନା । ବାଘଙ୍କ ପାଦ, ରଙ୍ଗ, ଗଛରେ ରାମ୍ପୁଡା ଦାଗରୁ ଡିଏନଏ ନମୁନା ସଂଗ୍ରହ କରାଯିବ । ଜାନୁଆରୀ ୩୧ ସୁଦ୍ଧା ଏ ସମ୍ପର୍କରେ ପୂର୍ଣ୍ଣାଙ୍ଗ ରିପୋର୍ଟ କେନ୍ଦ୍ରକୁ ଦିଆଯିବ ।

Related posts

 “ବିଜେପି ଦିନରେ ସ୍ବପ୍ନ ଦେଖୁଛି” 

mahabharatanews

ପଟାଙ୍ଗିରେ ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣୀ ଶିବିର ଅନୁଷ୍ଠିତ

mahabharatanews

ରାଇରଙ୍ଗପୁରରେ ‘ମୋ ଖତ’ ବିକ୍ରୟ କେନ୍ଦ୍ର ଉଦଘାଟିତ

mahabharatanews