ଓଡିଶା

ଏମସରେ ଭର୍ତ୍ତି ହେଲେ  ପ୍ରଦୀପ ପାଣିଗ୍ରାହୀ 

(ଭୁବନେଶ୍ୱର) : ବିରୋଧୀଙ୍କ ଆକ୍ରମଣରେ ଆହତ ହୋଇଥିବା ବ୍ରହ୍ମପୁର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଏମସ ସ୍ଥାନାନ୍ତର କରାଯାଇଛି । ତାଙ୍କ ପଞ୍ଜରା ହାଡରେ ଆଘାତ ଲାଗିଥିବା ସୂଚନା ମିଳିଛି ।

ସୂଚନାନୁଯାୟୀ , ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁରରୁ ଏମସରେ ଭର୍ତ୍ତି କରାଯାଇଥିବା ନେଇ ପରିବାର ଲୋକଙ୍କ ପକ୍ଷରୁ ସୂଚନା ମିଳିଛି । ବ୍ରହ୍ମପୁର ସହରରେ ସୋମବାର ମତଦାନ ଶେଷ ହେବା ବେଳକୁ ଭାଜପା ଏମ୍‌ପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ କରାଯାଇଥିଲା । ଏଥିରେ ସେ ଆହତ ହେବାରୁ ଚିକିତ୍ସା ପାଇଁ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ପଞ୍ଜରା ହାଡ ଏବଂ ଫୁସ୍‌ଫୁସ୍‌ରେ ଆଘାତ ଯୋଗୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଛି।

Related posts

ମାଓ ପୋଷ୍ଟର ଲଗାଇ ସ୍ଥିତି ଜାହିର କଲା ଲାଲ ବାହିନୀ

mahabharatanews

ଚିକିତ୍ସା ବାହାନାରେ ଶିଶୁର ଦେହ ସାରା ୨୫ ଚେଙ୍କ ଦେଲେ ଦିଶାରୀ

mahabharatanews

ଦାଦନ ଖଟିବାକୁ ଯାଇଥିବା ପୁଅର ନିଖୋଜ ଖବର ପାଇ ବାପାର ମୃତ୍ୟୁ

mahabharatanews