ଭୁବନେଶ୍ୱର: ପୁଲିସର ଥାର୍ଡ ଡିଗ୍ରୀ ନେଇ ଅଭିଯୋଗ । ଅଭିଯୋଗ ଆଣିଲେ ବିଜେଡିରୁ ବହିଷ୍କୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀ । ତାଙ୍କ ସମ୍ପର୍କୀୟ ଓ ସମର୍ଥକଙ୍କୁ ପୁଲିସ ଡାକି ନେଇ ଥାର୍ଡ ଡିଗ୍ରୀ ଦେଉଥିବାର ଅଭିଯୋଗ କରିଛନ୍ତି ପାଣିଗ୍ରାହୀ । ଏନେଇ ସେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ଡିଜିଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି । ସେ ଅଭିଯୋଗ କରିଛନ୍ତି, ଉଦ୍ଦେଶ୍ୟମୂଳକଭାବେ ତାଙ୍କୁ ହଇରାଣ କରାଯାଉଛି ।
ପୁଲିସ ବିରୋଧରେ ଅଭିଯୋଗ ଆଣି ପାଣିଗ୍ରାହୀ କହିଛନ୍ତି, ମୋ ନାମରେ କୌଣସି ଅଭିଯୋଗ ନାହିଁ । କିନ୍ତୁ ମୋ ଲୋକଙ୍କ ଉପରେ ଚାପ ପ୍ରୟୋଗ କରାଯାଉଛି । ସେମାନଙ୍କୁ ପୁଲିସ ଥ।।ର୍ଡ ଡିଗ୍ରୀ ଦେଉଛି ବୋଲି ସେ ପତ୍ରରେ ଉଲ୍ଲେଖ କରିଛନ୍ତି । ରାଜ୍ୟରେ ପୁରୀ ହାଜତ ମୃତ୍ୟୁ, ପରୀ ହତ୍ୟା ପରି ଘଟଣା ତଦନ୍ତ ପାଇଁ ରହିଥିବା ବେଳେ ପୁଲିସ ଅଯଥାରେ ମେ।। ପଛରେ ପଡିଛି । ସସବୁ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଅଛି କି ନାହିଁ ଜାଣେନି, କିନ୍ତୁ ମୁଖ୍ୟମନ୍ତ୍ରୀଙ୍କୁ ବ୍ୟକ୍ତିଗତଭାବେ ଫୋନ କରିବାକୁ ତାଙ୍କ ସହ କଥା ହେବାକୁ ଦିଆଯାଇନାହିଁ ।
SR