ଓଡିଶା

ପଦ୍ମଶ୍ରୀ ଡି. ପ୍ରକାଶ ରାଓ ଅସୁସ୍ଥ, ଆଇସିୟୁରେ ଭର୍ତ୍ତି

କଟକ: ସୁନାମଧନ୍ୟ ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓ ପୁଣି ଅସୁସ୍ଥ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ ବିଗିଡି ଯିବାରୁ ତାଙ୍କୁ କଟକ ବଡ଼ ମେଡିକାଲ୍‌ର ଆଇସିୟୁରେ ରଖାଯାଇଛି। ଗତକାଲି ସେ ଅସୁସ୍ଥ ହେବାରୁ ଆଜି ତାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଶ୍ୱାସକ୍ରିୟାରେ ସମସ୍ୟା ହେଉଥିବାରୁ ତାଙ୍କୁ ଆଇସିୟୁରେ ରଖାଯାଇଛି। ଅକ୍ସିଜେନ ଲେବୁଲ କମ୍‌ ରହୁଥିବାରୁ ତାଙ୍କୁ ଅକ୍ସିଜେନ ସପୋର୍ଟ ଦିଆଯାଇଛି।
ପଦ୍ମଶ୍ରୀ ପ୍ରକାଶ ରାଓ କଟକ ବକ୍ସିବଜାରରେ ରୁହନ୍ତି । ସେଠାରେ ସେ ଏକ ଚା’ ଦୋକାନ କରି ନିଜ ଗୁଜୁରାଣ ମେଣ୍ଟାଇବା ସହ ବସ୍ତୀ ପିଲାଙ୍କୁ ପାଠ ପଢ଼ାଉଥିଲେ । ସେ ନିଜ ଉଦ୍ୟମରେ ସ୍କୁଲଟିଏ ଗଢି ପିଲାଙ୍କୁ ପାଠପଢାଉଥିଲେ । ତାଙ୍କ ଏହି ନିସ୍ୱାର୍ଥପର ସେବା ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ପ୍ରଧନମନ୍ତ୍ରୀଙ୍କ ମନକୀ ବାତ କାର୍ଯ୍ୟରେ ମଧ୍ୟ ସେ ସ୍ଥାନ ପାଇ ଓଡିଶାକୁ ଗୌରବାନ୍ୱିତ କରିଛନ୍ତି ।

 

Related posts

ହୁ ହୁ ହୋଇ ବଢୁଛି ଅଦା ଦର

mahabharatanews

ପୁଣି ବଢ଼ିଲା ରାଜ୍ୟରେ କରୋନା ସଂକ୍ରମଣ; ୨୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ଜୁନାଗଡ଼ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସଵ ଘୁମୁରା ୨୦୨୬ ଉଦଘାଟିତ

mahabharatanews