ଅପରାଧ

ରାଜଧାନୀରେ କମିଛି ଅପରାଧ

ଭୁବନେଶ୍ୱର: ମହାମାରୀ କରୋନା କାଳରେ ରାଜଧାନୀରେ ଅପରାଧ ସଂଖ୍ୟା ଗତ ଗତ ବର୍ଷ ତୁଳନାରେ କମ ରହିଛି। ଚଳିତ ବର୍ଷ ରାଜଧାନୀରେ ୧୦୬ଟି ଦୁଷ୍କର୍ମ ମାମଲା ଦାୟର ହୋଇଛି, ଯାହା ଗତବର୍ଷ ୧୪୯ ଥିଲା । ହତ୍ୟା ଘଟଣାକୁ ନେଇ ଭୁବନେଶ୍ୱରରେ ଗତବର୍ଷ ଓ ଚଳିତ ବର୍ଷ ୪୦ଟି କରି ମାମଲା ରୁଜୁ ହୋଇଛି । ସେହିପରି ଚୋରା ବନ୍ଧୁକ କାରବାର, ଡକାୟତି, ରାହାଜାନୀ ପରି ଅପରାଧ ମଧ୍ୟ କମିଥିôବା କମିଶନରେଟ ପୁଲିସ ପକ୍ଷରୁ କୁହାଯାଇଛି । ଏବର୍ଷ ରେକର୍ଡ ସଂଖ୍ୟକ ୧୬ ଜଣ ଅପରାଧୀଙ୍କୁ ଏନଏସଏ ଲଗାଯାଇଛି। ଗତବର୍ଷ ଭୁବନେଶ୍ୱରରେ ମୋଟ ୮୨୨୯ ମାମଲା ରୁଜୁ ହୋଇଥିବା ବେଳେ ଚଳିତବର୍ଷ ଏହା ୬୯୨୨ରହିଛି।

Related posts

ଏସଟିଏଫ ପଞ୍ଝାରେ ୨ ବ୍ୟାଙ୍କ କର୍ମଚାରୀ

mahabharatanews

ଲକ୍ଷାଧିକ ଟଙ୍କାର ନକଲି ଜର୍ଦ୍ଦା ଜବତ

mahabharatanews

ଆଶ୍ରମରେ ମିଳିଲା ସାଧୁଙ୍କ ମୃତଦେହ 

mahabharatanews