ଓଡିଶା

ସରକାରୀ ତହବିଲ ଆତ୍ମସାତରେ ମାଷ୍ଟର ପ୍ରଣବ ବଳବନ୍ତରାୟ

ଭୁବନେଶ୍ୱର/ଶିଳାସ୍ମିତା ରାୟ: ଚଳିତ ବର୍ଷ ମହାନଦୀ ରାଜ୍ୟ ପାଇଁ ମହା ବିପତ୍ତି ଆଣିଦେଇଛି । ଖାଲି ମହାନଦୀ ନୁହେଁ ବୈତରଣ. ବ୍ରାହ୍ମଣୀ, ଖରୋସ୍ରୋତା, ଦୟା ଆଦି ସବୁ ଛୋଟ ବଡ ନଦୀରେ ଚଳିତ ବର୍ଷ ବନ୍ୟା ଜଳ ଆସିଛି । ଫଳରେ ରାଜ୍ୟର ୨୦ଟି ଜିଲ୍ଲା ବନ୍ୟା ଜଳରେ ଉବୁଟୁବୁ ହୋଇଛି । ଏକାଧିକ ସ୍ଥାନରେ ଘାଇ ସୃଷ୍ଟି ହୋଇଛି । ଏକା ହେଇ ଯାଜପୁର ଜିଲ୍ଲାରେ ୨୪ଟି ଘାଇ ହୋଇଛି । କିନ୍ତୁ ଏହି ସବୁ ଘାଇ ମଧ୍ୟରେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ କୋତପୁର ପଞ୍ଚାୟତ ବୁଦ୍ଧଲିଙ୍ଗ ଛକ ରମାପୁର ମଝିରେ କେଲୁଅ ନଦୀ ବନ୍ଧରେ ସୃଷ୍ଟ ଘାଇ ପ୍ରକୃତିକୃତ ନଥିଲା । ଏହା ଥିଲ।। ମନବକୃତ । ରବିବାର ରାତି ୧୦ଟାରେ କେଲୁଅ ନଦୀ ବନ୍ଧର ଡାହାଣ ପାଶ୍ୱର୍ରେ ସୃଷ୍ଟି ହୋଇଥିବା ଘାଇକୁ ନେଇ ଚାଲିଛି ଚର୍ଚ୍ଚା । ଘାଇ ସୃଷ୍ଟି ହେବା ପୂର୍ବରୁ ସ୍ଥାନୀୟ ଅଞ୍ଚଳବାସୀ ଶୁଣିଥିଲେ ବିରାଟ ଶବ୍ଦ । ଏହି ଶବ୍ଦ ଥିଲା ଏକ ଡାଇନାମାଇଟ ବିସ୍ଫୋରଣର ଓ ଏହା ପରେ ଜନବସତି ଆଡକୁ ନଦୀ ଜଳ ଧସେଇ ପସିଥିଲା । ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ଏହାକୁ ନେଇ ତଦନ୍ତ କରି ସହକାରୀ ଯନ୍ତ୍ରୀ ଏହା ମାନବକୃତ ବୋଲି ଧର୍ମଶାଳା ଥାନାରେ ଏତଲା ଦେଇଛନ୍ତି । ସରକାର ଏହି ଘଟଣାକୁ ଗମ୍ଭୀରତା ସହ ନେବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦୃଢୋକ୍ତି ପ୍ରକାଶ କରୁଥିବା ବେଳେ କିନ୍ତୁ ବିଶେଷଜ୍ଞ ମହଲାରେ ଏହାକୁ ଏକ ଭେଳିକି କୁହାଯାଉଛି ।
ବିଶେଷଜ୍ଞଙ୍କ ମତରେ ଏହି କାର୍ଯ୍ୟରେ ସମ୍ପୃକ୍ତ ମୁଖ୍ୟ କାର୍ପଟଦାରଙ୍କ ନାମରେ ରହିଛି ଏହା ପୂର୍ବରୁ ଅନେକ ଅଭିଯୋଗ । କିନ୍ତୁ ଏପର୍ଯ୍ୟନ୍ତ କୌଣସି ଗୋଟିଏରେ ମଧ୍ୟ ସରକାର କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇ ପାରି ନାହିଁ । ଅଭିଯୋଗ ଅନୁଯାୟୀ ଏହି ଘାଇ ସୃଷ୍ଟି କରିଛନ୍ତି ନିଜେ ସେଠାକାର ଜନପ୍ରତିନିଧି ପ୍ରଣବ ବଳବନ୍ତ ରାୟ । ପ୍ରଣବଙ୍କ ନାମରେ ଏହା ପ୍ରଥମ ଅଭିଯୋଗ ନୁହେଁ । ରାଜସ୍ୱ ଲୁଟକୁ ନେଇ ତାଙ୍କ ନାମରେ ଏକାଧିକ ଅଭିଯୋଗ ରହିଛି । ୨୦୧୪ରେ ଘଙ୍ଗପାଟଣା ଆଦିବାସୀ ଜମି ହଡପକୁ ନେଇ ତୁମ୍ବି ତୁଫାନ ସୃଷ୍ଟି ହୋଇଥିବା ବେଳେ ଏହି କାର୍ଯ୍ୟରେ ପ୍ରଣବ ସଂପୃକ୍ତ ଥିଲେ । ସରକାର ଏହି ଜମିକୁ ପୁଣି ନିଜ ଅକ୍ତିଆରକୁ ଆଣିବାକୁ ମଧ୍ୟ ଦୃଢୋକ୍ତି ପ୍ରକାଶ କରିଥିଲେ । ହେଲେ ଅଭିଯୁକ୍ତଙ୍କ ବିରୋଧରେ ସେପରି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । କେବଳ ତାଙ୍କୁ ତକ୍ରାଳୀନ ଦାୟିତ୍ୱରୁ ଦୂରେଇ ଦିଆଯାଇଥିଲା । ଏହି ଘଟଣାରେ ସରକାର ଜମି ହାତେଇଲେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ । ସେହିପରି ଡଙ୍କରୀ ପାହାଡ ଲୁଟ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ମୁଣ୍ଡ ଉପରେ ମଧ୍ୟ ପ୍ରଣବଙ୍କ ଅଭୟ ହାତ ରହିଥିଲା । ଏହାବାଦ ଯାଜପୁରର ଖଣିଜ ପଦାର୍ଥ ପରିବହନରେ କମ୍ପାନୀ ସହ ମିଶି ପ୍ରଣବ କୋଟି କୋଟି ଟଙ୍କା ଲୁଟି ନେଇଛନ୍ତି । ଏନେଇ ମଧ୍ୟ ଅଭିଯୋଗ ହୋଇଛି କିନ୍ତୁ ସରକାର ନାଚାର । କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରି ନାହାନ୍ତି ।
ଏହି ଧର୍ମଶାଳା ଅଞ୍ଚଳର ଜଗୁଆଳି ଭାବେ ତାଙ୍କୁ ଲୋକେ ନିର୍ବାଚିତ କରିଛନ୍ତି । କିନ୍ତୁ ଗତ ବର୍ଷ ଶେଷ ହୋଇଥିବା ନଦୀ ବନ୍ଧକୁ ନିଜେ ଜଗୁଆଳି ସେଠାକାର ଯନ୍ତ୍ରୀ ନରେନ ଜେନାଙ୍କ ସହ ମିଶି ବିସ୍ଫୋରଣ କରି ଉଡାଇଦେଲେ, କାରଣ ପୁଣି ବନ୍ଧ ନିର୍ମାଣ ହେବ ଓ ତାଙ୍କ ତହବିଲକୁ ମୋଟା ଅଙ୍କର ଅର୍ଥ ଆସିବ । ଯନ୍ତ୍ରୀ ଜଣକ ଆଉ କେହି ନୁହଁନ୍ତି ପ୍ରଣବଙ୍କ ମାମୁଁ । ମାମୁଁ ଭଣଜା ମିଶି ଅର୍ଥ ହରିଲୁଟ କରିବାକୁ ସନ୍ତ୍ରାସବାଦୀଙ୍କ ଅସ୍ତ୍ରକୁ ବ୍ୟବହାର କରିଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଯନ୍ତ୍ରୀ ଜଣକ ଦୀର୍ଘ ୨୦ ବର୍ଷ ହେବ ଯାଜପୁରରେ କାର୍ଯ୍ୟରତ । ତାଙ୍କର ଆଦ୍ୟରୁ ଅଦ୍ୟାବଧି କୌରସି ବଦଳି ହୋଇନାହିଁ । କାରଣ ବର୍ତ୍ତମାନ ତାଙ୍କ ଭଣଜା ବିଧାୟକ ଥିବା ବେଳେ ପ୍ରଣବଙ୍କ ପୂର୍ବରୁ ତାଙ୍କ ବାପା କଳ୍ପତରୁ ଦାସ ଥିଲେ ମନ୍ତ୍ରୀ । ତେଣୁ ନରେନଙ୍କଠି ହାତ ମାରିବାର ଜୁ କାହାରି ନାହିଁ । ଆଉ ନିର୍ମାଣ କାର୍ଯ୍ୟରେ ଯନ୍ତ୍ରୀ ମାମୁଁ ଭଣଜାଙ୍କୁ ହରିଲୁଟରେ କରିଥାନ୍ତି ସମସ୍ତ ସହଯୋଗ । ସସବୁ ସତ୍ତେ୍ୱ ସରକାରୀ କଳର ଅପରାଧିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଦୃଢୋକ୍ତି ନିଶ୍ଚିତ ହାସ୍ୟସ୍ପଦ ।

Related posts

ପଟିଆଲା କୋର୍ଟ ବର୍ଷାଙ୍କୁ କଲେ ନୋଟିସ

mahabharatanews

ଆମ୍ବାଦଳା ଷ୍ଟେସନ ନିକଟରେ ମାଳବାହି ଟ୍ରେନର ୬ ବଗି ଲାଇନ ଚ୍ୟୁତ

mahabharatanews

ଏରିୟର କରାଇ ଦେବାକୁ ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ

mahabharatanews