ଓଡିଶା

ଏସସିବିରେ ବିଧାୟକ ପ୍ରଶାନ୍ତ ଜଗଦେବ

(କଟକ) : ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ଗତକାଲି ବିଳମ୍ବିତ ରାତିରେ କଟକ ବଡ଼ ଡାକ୍ତରଖାନା ନିୟୁ ମେଡିସିନ୍‌ ଆଇସିୟୁରେ ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ତୁରନ୍ତ ଖୋର୍ଦ୍ଧା ଜେଲରୁ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।

ସୂଚନାନୁଯାୟୀ, ତାଙ୍କ ଚିକିତ୍ସା ପାଇଁ ମେଡିସିନ ବିଭାଗର ବରିଷ୍ଠ ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡାଙ୍କ ନେତୃତ୍ବରେ ଏଣ୍ଡୋକ୍ରାଇନ୍‌ ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ଏସ୍‌.ଆର.ପଟ୍ଟନାୟକ, ହୃଦ୍‌ରୋଗ ବିଭାଗ ଆସୋସିଏଟ୍‌ ପ୍ରଫେସର ଡାକ୍ତର ଦୀପକ ରଞ୍ଜନ ଦାସଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ସେମାନେ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି। ଏହାସହିତ ତାଙ୍କର ଆବଶ୍ୟକ ପରୀକ୍ଷା ନିରୀକ୍ଷା ମଧ୍ୟ କରାଯାଇଛି। ତାଙ୍କର ଇକୋ ତଥା ବିଭିନ୍ନ ପରୀକ୍ଷା କରାଯାଇଥିବା ବେଳେ ରିପୋର୍ଟ ଠିକ୍‌ ରହିଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବା ପରେ ସମସ୍ତ ରିପୋର୍ଟ ଅନୁଧ୍ୟାନ କରାଯାଇ ତାଙ୍କୁ ଆଇସିୟୁରୁ ମେଡିସିନ୍‌ ବିଭା‌ଗ କ୍ୟାବିନ୍‌କୁ ସ୍ଥାନାନ୍ତର କରାଯାଇଛି।

 

Related posts

ଗୋପାଳଜିଉଙ୍କ ମନ୍ଦିରରେ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି

mahabharatanews

ରାୟଗଡ଼ାରେ ୨ ରୁଷୀୟ ନାଗରିକଙ୍କ ମୃତ୍ୟୁ ଘଟଣା, ହୋଟେଲ ସିସିଟିଭିକୁ ଯାଞ୍ଚ କରୁଛି କ୍ରାଇମବ୍ରାଞ୍ଚ

mahabharatanews

ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ରାଜ୍ୟସରକାର ଦେଇଛନ୍ତି ନୂଆ ଦାୟିତ୍ୱ

mahabharatanews