ଓଡିଶାରାଜନୀତି

ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ରାଜ୍ୟସରକାର ଦେଇଛନ୍ତି ନୂଆ ଦାୟିତ୍ୱ

ଭୁବନେଶ୍ୱର(ଚିନ୍ମୟୀ ସ୍ୱାଇଁ):- ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ରାଜ୍ୟସରକାର ଦେଇଛନ୍ତି ନୂଆ ଦାୟିତ୍ୱ । ରାଜ୍ୟ ବନ୍ୟା ନିୟନ୍ତ୍ରଣ ବୋର୍ଡର ବୈଷୟିକ ଉପଦେଷ୍ଟା କମିଟିରେ ସଦସ୍ୟ ଭାବେ ତାଙ୍କୁ ରାଜ୍ୟ ସରକାର ସାମିଲ କରାଇଛନ୍ତି । ଏନେଇ ଜଳସମ୍ପଦ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବଜ୍ଞପ୍ତି ଜାରି କରାଯାଇଛି । ଯାହାକୁ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠିଛି । ତେବେ ଯାଜପୁର ଜିଲ୍ଲାର କେଲୁଅ ନଦୀରେ ୨୦୨୦ ମସିହାର ବହୁ ଚର୍ଚ୍ଚିତ ମାମୁ ଭଣଜା ଘାଇକୁ ନେଇ ବିବାଦୀୟ ଘେରକୁ ଆସିଥିଲେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ । ସୂଚନା ମୁତାବକ, ବନ୍ୟା ନିୟନ୍ତ୍ରଣ ବୋର୍ଡର ବୈଷୟିକ ଉପଦେଷ୍ଟା କମିଟିର ସଦସ୍ୟ ଭାବେ ପ୍ରମିଳା ମଲ୍ଲିକ କାର୍ଯ୍ୟ କରୁଥିଲେ । କିନ୍ତୁ ସେ ରାଜସ୍ୱ ମନ୍ତ୍ରୀ ହେବାପରେ ତାଙ୍କ ସ୍ଥାନରେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଏହି ଉପଦେଷ୍ଟା କମିଟିର ସଦସ୍ୟ ଭାବେ ରାଜ୍ୟସରକାର ନିଯୁକ୍ତି ଦେଇଛନ୍ତି ।

ସେପଟେ ଶ୍ରୀ ବଳବନ୍ତରାୟଙ୍କ ନିଯୁକ୍ତ ପରେ ବିରୋଧିଙ୍କର ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି । ସୂଚନାକର୍ମୀ ସର୍ବେଶ୍ୱର ବେହୁରା କହିଛନ୍ତି, ମୁଖ୍ୟମନ୍ତ୍ରୀସ୍ୱଚ୍ଛ ଓ ୫ଟି ଶାସନର ପ୍ରଚାର କରୁଛନ୍ତି , କିନ୍ତୁ ଏ ସରକାର ଯିଏ ଯେତେ ଦୁର୍ନୀତିଗ୍ରସ୍ତ ତାଙ୍କୁ ସେତେ ବଡ ପଦବୀ ଓ ଗୁରୁତ୍ୱ ମିଳୁଛି । ମାମୁ ଭଣଜା ଘାଇକୁ ନେଇ ବେହୁରା କହିଛନ୍ତି, ଘାଇ ହେବା ପରେ ପରେ ତତକାଳୀନ ମୁଖ୍ୟ ସଚିବ ଓ ଯାଜପୁର ଜିଲ୍ଲାପାଳ ଯେଉଁ ୨ ଜଣ ଗିରଫ ହୋଇଛନ୍ତି, କିନ୍ତୁ ସେମାନେ କିଏ ଜଣାପଡିନାହାନ୍ତି । ଏପରିକି ସ୍ଥାନୀୟ ବିଧାୟକ ଶ୍ରୀ ବଳବନ୍ତରାୟଙ୍କ ସମେତ ତାଙ୍କ ମାମୁ ତଥା ଜେଇ ନରନେ୍ ଜେନା ଓ ମୋଟ ୬ ଜଣଙ୍କୁ ଏହି ମାମଲାରେ ଲୋକାୟୁକ୍ତ ନୋଟିସ୍ ମଧ୍ୟ ଜାରି କରିଥିଲେ । ଶ୍ରୀ ବେହୁରାଙ୍କ ଅଭିଯୋଗ ଆଧାରରେ ଲୋକାୟୁକ୍ତ ଏହି ଘାଇ ଭଙ୍ଗାର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହି ଭିଜିଲାନ୍ସ ରିପୋର୍ଟକୁ ଆଧାର କରି ଅଭିଯୁକ୍ତମାନଙ୍କୁ ଲୋକାୟୁକ୍ତ କ୍ଲିନଚିଟ ଦେଇଥିବା ଜଣାପଡ଼ିଛି।

 

Related posts

ଆଜି କଣ୍ଟାମାଳ ଦୁଇଟି ବୁଥରେ ସାନି ମତଦାନ

mahabharatanews

୯ରୁ ବିଜେପିର ଗାଁକୁ ଚାଲ ଅଭିଯାନ

mahabharatanews

ହାତୀ ଆକ୍ରମଣରେ ମହିଳା ମୃତ

mahabharatanews