ଓଡିଶା

ପ୍ରବାସୀ ଯୁବକଙ୍କୁ ହତ୍ୟା

(ରଜନୀକାନ୍ତ ପାତ୍ର/ହିଞ୍ଜିଳି):ଗଂଜାମ ଜିଲ୍ଲା ସୋରଡା ଥାନା ଅନ୍ତର୍ଗତ ହାତୀଘୋଡା ଗାଁରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ଗାଁ ଦାଣ୍ଡରେ ଜଣେ ପ୍ରବାସୀ ଯୁବକଙ୍କୁ ହତ୍ୟା କରାଯାଇଛି । ସଂଘବଦ୍ଧ ଭାବେ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ମୃତକ ଜଣକ ସେହି ଗାଁର ବାସିନ୍ଦା । ମିଳିଥିବା ସୂଚନା ଅନୁଯାୟୀ,ମଙ୍ଗଳବାର ରାତି ୮ଟାରେ କିଛି ଯୁବକ ସଂଘବଦ୍ଧ ଭାବେ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ଲହୁଲୁହାଣ କରିବା ପରେ ସେଠାରୁ ଫେରାର ହୋଇଯାଇଥିଲେ । ପରେ ଯୁବକଙ୍କ ମୃତ୍ୟୁ ଘଟିଥିଲା । କେଉଁ କାରଣରୁ ଉକ୍ତ ଯୁବକଙ୍କୁ ଏଭଳି ନୃଶଂସ ଭାବେ ହତ୍ୟା କରାଗଲା ସେନେଇ କାରଣ ଅସ୍ପଷ୍ଟ ରହିଛି । ତେବେ ଯୁବକ ଜଣକ କିଛି ଦିନ ତଳେ ବାହାରୁ ଫେରିବା ପରେ କ୍ୱାରେଣ୍ଟାଇନ ସେଣ୍ଟରରେ ରହି ନିଜ ଗାଁକୁ ଫେରିଥିଲେ । ହତ୍ୟାକାଣ୍ଡ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଯୁବକଙ୍କ ଶରୀରରକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ମାମଲା ରୁଜୁ କରି ଅଧିକ ତଥ୍ୟ ହାସଲ ପାଇଁ ତଦନ୍ତ ଆରମ୍ଭ କରିଛି ।

Related posts

କାର ଓ ବାଇକକୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ

mahabharatanews

 ରାଜ୍ୟରେ ୪ ଯାଏଁ ବର୍ଷା ସମ୍ଭାବନା  

mahabharatanews

ହୋଟେଲରୁ ଉଦ୍ଧାର ହେଲା ଝୁଲନ୍ତା ମୃତ ଦେହ

mahabharatanews