ଓଡିଶା

ବାଣ ସ୍ଥାନାନ୍ତର ବେଳେ ରେଞ୍ଜ ଅଫିସରେ ବିସ୍ଫୋରଣ

(ମୋନାଲିସା ମିଶ୍ର/ଢେଙ୍କାନାଳ): ଢେଙ୍କାନାଳ ପୁରୁଣା ସଦର ରେଞ୍ଜ ଅଫିସ୍ ଷ୍ଟୋର ରୁମ୍‌ରେ ଏକ ବାଣ ବିସ୍ପୋରଣ ହୋଇଛି । ବିସ୍ପୋରଣ ଏତେ ପ୍ରଭାବଶାଳୀ ଥିଲା କି, ଘରର ଆଜବେଷ୍ଟସ୍ ଉଡିଯାଇଛି । ରେଞ୍ଜ୍ ଅଫିସ୍‌ରେ ଥିବା ଜଣେ କର୍ମଚାରୀ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
ସୂଚନା ଅନୁଯାୟୀ, ରେଞ୍ଜ ଅଫିସରେ ହାତୀ ଘଉଡାଇବା ପାଇଁ ବାଣ ରଖାଯାଇଥିଲା । ଆଜି ଷ୍ଟୋର ରୁମ୍‌ରେ ଥିବା ବାଣ ସ୍ଥାନାନ୍ତର ବେଳେ କୌଣସି କାରଣବଶତଃ ବିସ୍ପୋରଣ ହୋଇଥିଲା । ଫଳରେ ରେଞ୍ଜ୍ ଅଫିସ୍‌ର ଜଣେ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ସୁଦୀପ ସାମଲ ହାତୀ ସ୍କ୍ବାର୍ଡର ଥିଲେ। ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ଗୁରୁତର କର୍ମଚାରୀଙ୍କୁ ସେଠାରୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି ।

Related posts

ଅନ୍ୟ ରାଜ୍ୟ ଯିବାକୁ ଚାହୁଁଥିଲେ ମିଳିବ ଇ-ପାସ୍

mahabharatanews

ଅଲ୍ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସର ସମ୍ବର୍ଧନା ସଭା ଅନୁଷ୍ଠିତ

mahabharatanews

ପୁଣି ରାଜଧାନୀରେ ସାମ୍ନାକୁ ଆସିଲା ରାଗିଂ

mahabharatanews