Uncategorized

ଆଜି ମୟୂରଭଞ୍ଜ ଗସ୍ତରେ ରାଷ୍ଟପତି

(ମୟୂରଭଞ୍ଜ) : ଆଜିଠୁ ୩ ଦିନିଆ ଗସ୍ତରେ ରାଷ୍ଟପତି । ଦ୍ରୌପଦୀ ମୁର୍ମୁ ଆଜିଠାରୁ ୩ ଦିନିଆ ମୟୂରଭଞ୍ଜ ଜିଲ୍ଲାକୁ ଆସୁଛନ୍ତି। ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ଡାକବଙ୍ଗଳାରେ ଅବସ୍ଥାନ କରିବେ। ୫ ତାରିଖ ଦିନ ଶିମିଳିପାଳ ଅଭୟାରଣ୍ୟ ଭ୍ରମଣ କରିବେ।

ସ୍ବତନ୍ତ୍ର ହେଲିକପ୍‌ଟର ଯୋଗେ ଆସି ୧୦ଟା ୧୫ ମିନିଟ୍‌ରେ ରାଇରଙ୍ଗପୁର ଅସ୍ଥାୟୀ ହେଲିପ୍ୟାଡ୍‌ରେ ଓହ୍ଲାଇବେ। ୬ ତାରିଖ ସକାଳେ ରାଷ୍ଟ୍ରପତି ବାରିପଦା ତକତପୁରସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। କାର‌୍ୟ୍ୟକ୍ରମ ଶେଷ ପରେ ସେଠାରୁ ଦିଲ୍ଲୀ ଫେରିଯିବେ।

Related posts

ଏସବୁ ସ୍ଥାନରେ ଚାବିକାଠି ରଖିବା ଅଶୁଭ

mahabharatanews

ଜଷ୍ଟିସ ମୁରଲିଙ୍କ ଦିଲ୍ଲୀ ହିଂସା ଶୁଣାଣି କାଳରେ ବଦଳି

mahabharatanews

ମେକଅପ ନେଉଥିବା କର୍ମଜୀବୀ ମହିଳାଙ୍କ ପାଇଁ ୫ଟି ଟିପ୍ସ

mahabharatanews