ଓଡିଶାଭାରତ

ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର : ଦୁଇ ଦିନିଆ ଓଡିଶା ଗସ୍ତରେ ମହାମହିମ । ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହା ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି। ପ୍ରଭୁଙ୍କ ଜଳାଭିଷେକ ସହ ପୂଜାର୍ଚ୍ଚନା କରିଛନ୍ତି । ଏହାପରେ ମହାଦେବଙ୍କ ନିକଟରେ ଦେଶ ଓ ବିଶ୍ୱବାସୀଙ୍କ ମଙ୍ଗଳ କାମନା ମଧ୍ୟ କରିଛନ୍ତି । ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ପରେ ମନ୍ଦିର ପ୍ରଶାସନ ଓ ପୂଜକ ମାନଙ୍କ ସହ ଫଟୋ ଉଠାଇଥିଲେ । ମହାଦେବଙ୍କ ଦର୍ଶନ ସାରିବା ପରେ ବଡୁ ନିଯୋଗ ସଂପାଦକ କମଳାକାନ୍ତ ବଡୁ ଙ୍କ ଉପସ୍ଥିତିରେ ବଡୁ ନିଯୋଗ ଖାତାରେ ଶ୍ରୀଲିଙ୍ଗରାଜଙ୍କ ଦର୍ଶନର ଅନୁଭୂତି ଲେଖି ଦସ୍ତଖତ କରିଥିଲେ ମହାମହିମ ରାଷ୍ଟ୍ରପତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଲିଙ୍ଗରାଜ ମନ୍ଦିରରେ ଦର୍ଶନ ସମୟରେ ପାରମ୍ପରିକ ବାଦ୍ୟ ଓ ନୃତ୍ୟରେ ଭବ୍ୟ ସ୍ୱାଗତ କରାଯାଇଥିଲା। ଏହି ସମୟରେ ରାଷ୍ଟ୍ରପତି ପ୍ରୋଟୋକଲ ଭାଙ୍ଗି ପାରମ୍ପରିକ ପୋଷାକରେ ଥିବା ବ୍ୟକ୍ତି ଓ ସାଧାରଣ ଲୋକଙ୍କ ସହ ମିଶିଥିଲା । ରାଷ୍ଟ୍ରପତିଙ୍କୁ ଅତି ନିକଟରେ ପାଇବାପରେ ଆଖି ଛଳଛଳ ହୋଇ ଭାବ ବିହ୍ୱଳ ହୋଇଯାଇଥିଲେ ସମସ୍ତେ। l ରାଷ୍ଟ୍ରପତି ନିଜେ ଆସି ଆମକୁ ଦେଖା କରିବେ କେବେ ଆଶା ନଥିଲା ଆମେ ଅନେକ ଦୂରରୁ ଆସିଥିଲୁ, ଏହା ଆମ ଭାଗ୍ୟ ଆମର ବାଦ୍ୟ ଶୈଳୀ ରାଷ୍ଟ୍ରପତିଙ୍କୁ ଆମ ପାଖକୁ ଟାଣିଆଣିଲା , ରାଷ୍ଟ୍ରପତିଙ୍କୁ ଅତିନିକଟରେ ପାଇ ଆମେ ଗର୍ବିତ ଥିବାର କହିଥିଲେ l

Related posts

ଆଜି ପଶ୍ଚିମ ଓଡ଼ିଶାରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ 

mahabharatanews

ଶିଳ୍ପିମାନଙ୍କ କୂଳଦେବତାଙ୍କ ଆଜି ପୂଜା

mahabharatanews

ନନ୍ଦନକାନନକୁ ଆସିଲେ ଗିବନ୍ ଓ ଲିଓପାର୍ଡ କ୍ୟାଟ୍

mahabharatanews