(ଭୁବନେଶ୍ୱର) : ଓଡ଼ିଶାରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ପହଞ୍ଚିଲେ ରାଷ୍ଟ୍ରପତି । କିଛି ସମୟ ପରେ ଖିଚିଂ ସ୍ଥିତ କିଚକେଶ୍ୱରୀ ମନ୍ଦିର ଯିବେ ମହାମହିମ । ଅପରାହ୍ନରେ ଖିଚିଂର ପାଣ୍ଡରଶିଳ ଗାଁରେ ପହଁଚିବେ ରାଷ୍ଟପ୍ରତି । ରାଷ୍ଟ୍ରପତି ମା କିଚକେଶ୍ୱରୀଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।
ସୂଚନାନୁଯାୟୀ , ଏହା ପରେ ରାଇରଙ୍ଗପୁର ଦାଣ୍ଡପୋଷ ଯାଇ କେନ୍ଦ୍ରୀୟ ବିଦ୍ୟାଳୟ ପାର୍ଶ୍ବରେ ନିର୍ମାଣ ହେବାକୁ ଥିବା ହଲିଡେ ହୋମର ଭିତ୍ତିପ୍ରସ୍ଥର ସ୍ଥାପନ ସହିତ ଭିସି ଜରିଆରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ ଦ୍ରୌପଦୀ ମୁର୍ମୁ । ରାତିରେ ମହୁଲଡିହା ସ୍ଥିତ ନିଜ ବାସଭବନରେ ରାତ୍ରି ଯାପନ କରିବାର କାର୍ଯ୍ୟକ୍ରମ ରହିଛି। ଗୁରୁବାର କେନ୍ଦୁଝର ଏବଂ ଭୁବନେଶ୍ବର ଭଳି ବିଭିନ୍ନ ସ୍ଥାନରେ ଅନେକ କାର୍ଯ୍ୟକ୍ରମରେ ଯୋଗଦେବାର ସୂଚନା ରହିଛି। ମହାମହିମଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି । ୨୯ ତାରିଖରେ ରାଷ୍ଟ୍ରପତି କେନ୍ଦୁଝର ଗୋନାସିକାସ୍ଥିତ କଦଳୀବାଡ଼ି ଗ୍ରାମର ପିଭିଟିଜି ସଦସ୍ୟଙ୍କ ସହ ଆଲୋଚନା କରିବେ । ଏହାପରେ ସେ ‘କେନ୍ଦୁଝରର ଜନଜାତି: ଲୋକ, ସଂସ୍କୃତି ଓ ଐତିହ୍ୟ’ ଶୀର୍ଷକ ଜାତୀୟ ଆଲୋଚନାଚକ୍ରକୁ ଉଦଘାଟନ କରିବା ସହ ଧରଣୀଧର ବିଶ୍ୱବିଦ୍ୟାଳୟର ଉତ୍ତର କ୍ୟାମ୍ପସ, ଗମ୍ଭରିଆ, କେନ୍ଦୁଝର ଠାରେ ଧରଣୀଧର ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରିବେ ।
