ଓଡିଶା

୨୮ରେ ଓଡିଶା ଆସୁଛନ୍ତି ରାଷ୍ଟପତି 

(ଭୁବନେଶ୍ୱର) : ଓଡିଶା ଆସୁଛନ୍ତି ମହାମହିମ । ଆସନ୍ତା ୨୮ ତାରିଖରୁ ୨ ତାରିଖ ପର୍ଯ୍ୟନ୍ତ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତେବେ ସେ ଭୁବନେଶ୍ୱର ସମେତ ମୟୁରଭଞ୍ଜ, କେନ୍ଦୁଝର, ବ୍ରହ୍ମପୁର, କଟକ ଓ ସମ୍ବଲପୁର ଗସ୍ତ କରିବେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ପାଇଁ କମିସନରେଟ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ସୂଚନାନୁଯାୟୀ , ରାଜଧାନୀରେ ସୁରକ୍ଷା ଦାୟିତ୍ୱରେ ରହିବେ ୩୦ପ୍ଲାଟୁନ ଫୋର୍ସ । ୮୫  ଜଣ ଅଫିସର ନିରୀକ୍ଷଣ ଦାୟିତ୍ୱରେ ରହିବେ । ଭୁବନେଶ୍ୱର ସମେତ ମୟୂରଭଞ୍ଜ, କେନ୍ଦୁଝର, ବ୍ରହ୍ମପୁର, କଟକ, ସମ୍ବଲପୁର ଗସ୍ତ କରିବେ ରାଷ୍ଟ୍ରପତି । କାରକେଡ଼ ଯିବାବେଳେ ସାଧାରଣ ଲୋକଙ୍କ ଟ୍ରାଫିକ ସମସ୍ୟା ନହେବାକୁ ଧ୍ୟାନ ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି  ।

Related posts

ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ

mahabharatanews

୧ ଫେବୃଆରୀରୁ ବିଏମ୍‌ ସି ଅଞ୍ଚଳରେ ଆମିଷ ବିକ୍ରି ନେଇ କଟକଣା କଡ଼ାକଡ଼ି ଲାଗୁହେବ

mahabharatanews

ମେ ୮ରୁ ଓଜେଇଇ ପ୍ରବେଶିକା ପରୀକ୍ଷା ଆରମ୍ଭ

mahabharatanews