(ଭୁବନେଶ୍ୱର) : ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ନଭେମ୍ବର ୨୦ ତାରିଖରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଚଳଚଞ୍ଚଳ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର । ଜୋରଦାର ଚାଲିଛି ପ୍ରସ୍ତୁତି । ରାଷ୍ଟ୍ରପତି ରାଇରଙ୍ଗପୁରରେ ବାଦାମପାହାଡ଼ ଠାରେ ଟାଟା-ବାଦାମପାହାଡ଼ ଟ୍ରେନର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ଯେଉଁଥିପାଇଁ ସୁରକ୍ଷା ବ୍ୟବସ୍ଥା ଠାରୁ ଆରମ୍ଭ କରି ସମସ୍ତ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ ।
ସୂଚନାନୁଯାୟୀ ,ରାଷ୍ଟ୍ରପତି ଚଳିତ ମାସ ୨୦ ରୁ ୨୨ ତାରିଖ ପର୍ଯ୍ୟନ୍ତ ୩ ଦିନ ମୟୂରଭଞ୍ଜ, ଝାରସୁଗୁଡ଼ା ଏବଂ ସମ୍ବଲପୁର ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ସେହିପରି ନଭେମ୍ବର ୨୬ ତାରିଖରେ ସମ୍ବଲପୁର ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ରାଷ୍ଟ୍ରପତି । ଅନ୍ୟ କିଛି କାର୍ଯ୍ୟକ୍ରମକୁ ଭର୍ଚୁଆଲ ମୋଡରେ ଉଦଘାଟନ କରିବେ । ଏହାପରେ ବାଦାମପାହାଡ ଅମୃତ ଷ୍ଟେସନର ଭିତ୍ତିପ୍ରସ୍ତ ରଖିବେ ମହାମହିମ । ସକାଳ ୧୦.୪୫ ରେ ବାଦାମପାହାଡରୁ ଟ୍ରେନ ଯୋଗେ ଆସି ୧୧ଟା ୨୫ ରେ ରାଇରଙ୍ଗପୁର ପହଞ୍ଚିବା ପରେ ୧୧ଟା ୫୫ରେ ଦାଣ୍ଡବୋଷ ହେଲିପ୍ୟାଡରୁ ମହାନଦୀ କୋଲ୍ଡଫିଲ୍ଡ ବୁର୍ଲା ଅଭିମୁଖେ ଯାତ୍ରା କରିବେ । ପରେ ସେହିଦିନ ଝାରସୁଗୁଡ଼ା ଏୟାରପୋର୍ଟରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ । ନଭେମ୍ବର ୨୦ ରେ ଏକଲବ୍ୟ ମଡେଲ ରେସିଡେନ୍ସିଆଲ୍ ସ୍କୁଲ ରାଷ୍ଟ୍ରପତି ଉଦ୍ଘାଟନ କରିବେ ବୋଲି କେନ୍ଦ୍ରମନ୍ତ୍ରୀ ଟୁଡୁ କହିଥିଲେ ।
