ଭାରତ

ସୁଧା ମୂର୍ତ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ 

 (ଦିଲ୍ଲୀ) : ଶିକ୍ଷାବିତ୍‌ ତଥା ଦେଶର ଜଣାଶୁଣା ଲେଖିକା ସୁଧା ମୂର୍ତ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି। ଏକ ‌ସୋସିଆଲ୍‌ ମିଡିଆ ପୋଷ୍ଟ୍‌ ଜରିଆରେ ମୋଦୀ ଏହି ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ ,ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ବାରା ସୁଧା ମୁର୍ତ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କରାଯାଇଛି। ରାଜ୍ୟସଭାରେ ତାଙ୍କର ଉପସ୍ଥିତି ଆମର ‘ନାରୀ ଶକ୍ତି’ର ଏକ ଶକ୍ତିଶାଳୀ ନିୟମ, ଯାହା ଆମ ଦେଶର ଭାଗ୍ୟ ଗଠନରେ ମହିଳାଙ୍କ ଶକ୍ତି ଏବଂ ସାମର୍ଥ୍ୟର ଉଦାହରଣ ଅଟେ। ତାଙ୍କୁ ଏକ ଫଳପ୍ରଦ ସଂସଦ କାର୍ଯ୍ୟକାଳ କାମନା କରୁଛି। ” ବୋଲି ମୋଦୀ ତାଙ୍କ ଏକ୍ସ ପୋ‌‌ଷ୍ଟ୍‌ରେ ଲେଖିଛନ୍ତି।

Related posts

 ଚୀନ୍‌ରେ ବଢୁଛି ଓମିକ୍ରନ୍‌ ସଂକ୍ରମିତ ସଂଖ୍ୟା

mahabharatanews

ଭର୍ଚ୍ୟୁଆଲ ଜରିଆରେ ‘ଜି୨୦’ ଶିଖର ସମ୍ମିଳନୀ

mahabharatanews

ନାମାଙ୍କନ ଭରିଲେ ରାହୁଲ ଗାନ୍ଧି 

mahabharatanews