ଭାରତ

ଭର୍ଚ୍ୟୁଆଲ ଜରିଆରେ ‘ଜି୨୦’ ଶିଖର ସମ୍ମିଳନୀ

(ଦିଲ୍ଲୀ) : ଆଜି ଭାରତ ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଜରିଆରେ ‘ଜି୨୦’ ଶିଖର ସମ୍ମିଳନୀ ଆୟୋଜନ କରୁଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସୂଚନା ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ଶିଖର ସମ୍ମିଳନୀରେ ଦିଲ୍ଲୀ ଘୋଷଣାନାମାର ପ୍ରବର୍ତ୍ତନ ଓ ନୂତନ ବୈଶ୍ବିକ ଆହ୍ବାନଗୁଡ଼ିକ ସମ୍ପର୍କରେ ଆଲୋଚନା କରାଯିବ। ଏଥିରେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ଯୋଗ ଦେବେ ବୋଲି କ୍ରେମ୍‌ଲିନ୍‌ ଘୋଷଣା କରିଛି।

ଭାରତର ଅଧ୍ୟକ୍ଷତାରେ ସେପ୍ଟେମ୍ବର ମାସରେ ଆୟୋଜିତ ହୋଇଥିବା ‘ଜି୨୦ ବାର୍ଷିକ ଶିଖର ସମ୍ମଳନୀ’ର ପ୍ରମୁଖ ଫଳାଫଳ ଓ କାର୍ଯ୍ୟକାରୀ ହେବାକୁ ଥିବା ପ୍ରସଙ୍ଗ ଉପରେ ଆଜିର ଏହି ‘ଭର୍ଚ୍ୟୁଆଲ୍‌ ଶିଖର ସମ୍ମଳନୀ’ ପର୍ଯ୍ୟବେଶିତ ହେବ। ଏଥିରେ ରୁଷ୍‌-ୟୁକ୍ରେନ୍‌ ଓ ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧ ପ୍ରସଙ୍ଗ ଏବଂ ବୈଶ୍ବିକ ସ୍ଥିରତା ଉପରେ ତା’ର ପ୍ରଭାବ ଏବଂ ଆର୍ଥିକ ସୁଧାର ଆଦି ବିଷୟ ବି ଆଲୋଚନା  କରାଯିବ ବୋଲି  ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି ।

Related posts

ଝାଡଖଣ୍ଡରେ ରାଜନୈତିକ ସସପେନ୍ସ ଜାରି

mahabharatanews

 ଚୀନ୍‌ରେ ବଢୁଛି ଓମିକ୍ରନ୍‌ ସଂକ୍ରମିତ ସଂଖ୍ୟା

mahabharatanews

ସିଦ୍ଧାରମେୟାଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେନି ଉଦ୍ଧବ ଠାକରେ

mahabharatanews