ଓଡିଶା

ପୁରୀ ବେଳାଭୂମିରେ ମହାପ୍ରଭୁଙ୍କ ବାଲୁକା ଚିତ୍ରକଳା ବୁଲି ଦେଖିଛନ୍ତି ରାଷ୍ଟ୍ରପତି

ପୁରୀ : ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ପୁରୀ ବେଳାଭୂମିରେ ମହାପ୍ରଭୁଙ୍କ ବାଲୁକା ଚିତ୍ରକଳା ପରିଦର୍ଶନ କରିଥିଲେ | ତେବେ ଜଗଦର୍ଶନ କରି ଏହି ଅବସରରେ ସମଗ୍ର ବିଶ୍ୱର କଲ୍ୟାଣ ପାଇଁ ପ୍ରାର୍ଥନା କରିବା ସହ ଆମ ଦେଶ ଯେମିତି ବିକାଶ ଓ ଅଭିବୃଦ୍ଧିର ଶିଖରରେ ପହଞ୍ଚିବ, ସେଥି ପାଇଁ ସେ ମହାପ୍ରଭୁଙ୍କୁ ଗୁହାରୀ କରିଥିଲେ ।

 

 

ଆଜି ସକାଳେ ଶ୍ରୀମତି ମୁର୍ମୁ ପୁରୀରେ ପହଞ୍ଚିବା ପରେ ବଳଗଣ୍ଡି ଛକରୁ ନୀଳଚକ୍ରକୁ ପ୍ରଣିପାତ କରି ପାଦରେ ଚାଲି ଚାଲି ଯିବା ଘଟଣା ଏକ ଭାବମୟ ପରିବେଶ ସୃଷ୍ଟି କରିଥିଲା । ବଡ଼ଦାଣ୍ଡରେ ରାଷ୍ଟ୍ରପତିଙ୍କୁ ଅପେକ୍ଷା କରିଥିବା ଲୋକଙ୍କ ଜୟଜଗନ୍ନାଥ ଧ୍ୱନୀରେ ସାରା ଅଞ୍ଚଳ ପ୍ରକମ୍ପିତ ହୋଇଥିଲା ।

ତେବେ ଆଜି ରାଷ୍ଟ୍ରପତିଙ୍କ ଗସ୍ତ ବେଳେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି । ପ୍ରୋଟୋକଲ ଭାଙ୍ଗି ବଡଦାଣ୍ଡରେ ଚାଲି ଚାଲି ସେ ଶ୍ରୀମନ୍ଦିରରେ ପହଞ୍ଚିଥିଲେ । ଜଗା ଦର୍ଶନ ପୂର୍ବରୁ ବଡ଼ଦାଣ୍ଡରେ ଭାବବିହ୍ୱଳ ହୋଇ ପଡିଥିଲେ ଦ୍ରୌପଦୀ ମୁର୍ମୁ । ଦୁଇ ହାତ ଟେକି ସେ ନୀଳଚକ୍ରକୁ ପ୍ରଣିପାତ କରିଥିଲେ ।

Related posts

୨.୭୨ ପ୍ରତିଶତ ସରକାରୀ ସ୍କୁଲରେ ଇଣ୍ଟରନେଟ ସଂଯୋଗ

mahabharatanews

ନଭେମ୍ବର ୨୭ରୁ ବିଶ୍ବପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା

mahabharatanews

ମନ୍ଦିର ପରିସରରେ ବିଦେଶୀ ପର୍ଯ୍ୟଟକ 

mahabharatanews