ଓଡିଶା

ଅଧ୍ୟାପିକା ରୁକ୍ମଣୀଙ୍କ ମୃତ୍ୟୁକୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ

( ସତ୍ୟ ନାରାୟଣ ପାଲ/ମହାଭାରତ)ରାଇରଙ୍ଗପୁର: ରାଇରଙ୍ଗପୁର କଲେଜର ଆଧ୍ୟାପିକା ରୁକ୍ମିଣୀ ମଣ୍ଡଳଙ୍କ ଆତ୍ମହତ୍ୟା ଘଟଣାରେ ଆରମ୍ଭ ହେଇଛି ରାଜନୀତି। ଗତକାଲି ରାଜ୍ୟମହିଳା କମିଶନ ଅଧ୍ୟକ୍ଷା ମୃତା ଅଧ୍ୟାପିକାଙ୍କ ପରିବାରକୁ ଭେଟି ଆଲୋଚନା କରିବା ପରେ ବିଜେପିର ଏକ ପ୍ରତିନିଧିଦଳ ପିଡିତାଙ୍କ ପରିବାରକୁ ଭେଟି ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ। ଆଜି ବାରିପଦାରେ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର,ବାରିପଦା ବିଧାୟକ ପ୍ରକାଶ ସରେନ ,ସାରସକଣା ବିଧାୟକ ବୁଢାନ ମୁର୍ମୁ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁ,ବିଜେପି ମହିଳାମୋର୍ଚ୍ଚା ରାଜ୍ୟ ସଭାପତି ଲେଖାଶ୍ରୀ ସମନ୍ତସିଂହାରଙ୍କ ସହ ଅନ୍ୟ ବିଜେପିକର୍ମୀ ଉପସ୍ଥିତ ଥିଲେ।ଏହି ମାମଲା ପରିଚାଳନାରେ ବିଫଳ ହୋଇଛି ପୋଲିସ। ମାମଲାକୁ ସଠିକ ଢଙ୍ଗରେ ପରିଚାଳନା କରି ଅଭିଯୋଗକାରିଣୀକୁ ନ୍ୟାୟ ଦେବା ପରିବର୍ତ୍ତେ ରଫାଦଫା ପାଇଁ ଏତେଲାକାରିଣୀକୁ ପରାମର୍ଶ ଦେବା ଏବଂ ଦୁଷ୍କର୍ମ ଅଭିଯୁକ୍ତକୁ ଗିରଫ ନ କରି ଅଭିଯୁକ୍ତର ଦଳାଲି କରିବା ପଛରେ ପୋଲିସର କଣ ଉଦ୍ଧେଶ୍ୟ ରହିଥିଲା ବୋଲି ପ୍ରଶ୍ନ ଉଠାଇଛି ବିଜେପି। ଅଧ୍ୟାପିକାଙ୍କ ମୃତ୍ୟୁକୁ ନେଇ ପୋଲିସର ଅବହେଳାକୁ ଦାୟୀ କରିଛି ଦଳ। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଝାରପୋଖରିଆ ଆଇ ଆଇ ସି ଙ୍କ ଗିରଫ ଦାବି କରିବା ସହିତ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ବିଜେଡି ଇସାରାରେ ପୋଲିସ କାର୍ୟ୍ୟ କରିଥିବା ଦଳ ଅଭିଯୋଗ କରିଛି। ସରକାର କାର୍ୟ୍ୟକାରୀ କରୁଥିବା ମିଶନଶକ୍ତି ଏବଂ ନାରୀ ସଶକ୍ତିକରଣ ଭଳି କାର୍ୟ୍ୟକ୍ରମ ନାରୀ ପାଇଁ ଏବେ କାଳ ସାଜିଛି ବୋଲି ତାଛଲ୍ୟକରିଛି ବିଜେପି।

Related posts

ପରଲୋକରେ ଅବସରପ୍ରାପ୍ତ ଆଇପିଏସ ଅଧିକାରୀ ଅନାଦି ଚରଣ ସାହୁ 

mahabharatanews

ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ସମ୍ଭାବନା  

mahabharatanews

ଏହି କାରଣରୁ ବ୍ୟାପୁଛି ସ୍କ୍ରବ୍ ଟାଇଫସ୍‌

mahabharatanews