ଭାରତ

ମୋବାଇଲ କଂଗ୍ରେସ ପ୍ରଦର୍ଶନୀ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ 

(ଦିଲ୍ଲୀ) : ନୂଆଦିଲ୍ଲୀ ସପ୍ତମ ଜାତୀୟ ମୋବାଇଲ କଂଗ୍ରେସ ପ୍ରଦର୍ଶନୀ ଆଜି ଆନୁଷ୍ଠାନିକ ଭାବେ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର ବଡ଼ ବଡ଼ ମୋବାଇଲ ସେବା ପ୍ରଦାନକାରୀ କମ୍ପାନୀ ସାମିଲ୍ ହୋଇଥିବା ସୂଚନା ମିଳିଛି ।  ଏହି କାର୍ଯ୍ୟକ୍ରମରେ ୩୧ଟି ଦେଶର ୧୩୦୦ରୁ ଅଧିକ ପ୍ରତିନିଧି ମଧ୍ୟ ଅଂଶଗ୍ରହଣ କରିବା ନେଇ ସୂଚନା ରହିଛି ।

ସୂଚନାନୁଯାୟୀ , ଏହି କାର୍ଯ୍ୟକ୍ରମରେ ନିଜେ ପ୍ରଧାନମନ୍ତ୍ରୀ ଦେଶର ୧୦୦ଟି ଶିକ୍ଷାନୁଷ୍ଠାନକୁ ଦିଆଯିବାକୁ ୧୦୦ ‘5G ବ୍ୟବହାର କେସ୍ ଲ୍ୟାବ’କୁ ନେଇ ଘୋଷଣା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ରିଲାଏନ୍ସ ଜିଓ ଇନଫୋକମ୍ ଲିମିଟେଡ୍ ଚେୟାରମ୍ୟାନ୍ ଆକାଶ ଅମ୍ବାନୀ ମଧ୍ୟ ଉପସ୍ଥିତ ଥିଲେ। ସେ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ୱାଗତ କରିଥିଲେ। ତା’ପରେ ତାଙ୍କୁ ନୂତନ ଟେକ୍ନୋଲୋଜି ବିଷୟରେ ବିସ୍ତୃତ ଭାବରେ ବୁଝାଇଥିଲେ ।

Related posts

ବିଶ୍ୱ କିଡ୍‌ନି ଦିବସ

mahabharatanews

 ନୂଆ ସଂସଦ ଭବନରେ ଶୋଭା ବଢ଼ାଇଲା ଜାତୀୟ ପତାକା 

mahabharatanews

 ଦୁଇଟି ହେଲିକପ୍ଟର ଧକ୍କା;  ୧୦ ମୃତ

mahabharatanews