ଓଡିଶା

ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି

(ଭୁବନେଶ୍ୱର) :  ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଗସ୍ତ ସମୟରେ ଯାଜପୁର ଜିଲ୍ଲା ଚଣ୍ଡିଖୋଲର ବେଣାପୁରଠାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ଏଥିସହ ସେଠାରେ ଆୟୋଜିତ ବିରାଟ ସାଧାରଣ ସଭାରେ ଉଦବୋଧନ ଦେବେ ।

ସୂଚନାନୁଯାୟୀ ,  ଆଜି ସେ ଓଡ଼ିଶାରେ ପ୍ରାୟ ୩ଘଣ୍ଟା ରହିବେ । ଆସନ୍ତା ୫ଦିନ ତାତିରେ ଲାଗିବ ବ୍ରେକ୍ସ, ଏହି ସବୁ ସ୍ଥାନରେ ହେବ ବର୍ଷା କଣ ରହିଛି ସମ୍ପୂର୍ଣ୍ଣ ଗସ୍ତ ବିବରଣୀ- ପ୍ରଧାନମନ୍ତ୍ରୀ ମୋଦୀ ତେଲେଙ୍ଗାନା ଗସ୍ତ ଶେଷ କରି ଅପରାହ୍ନ ୨.୪୦ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ବାୟୁସେନାର ଏମଆଇ-୧୭ହେଲିକପ୍ଟରରେ ସିଧାସଳଖ ଚଣ୍ଡିଖୋଲର ବେଣାପୁର ସଭାସ୍ଥଳକୁ ଯିବେ । ସେଠାରେ ୩.୩୦ରୁ ୪ଟା ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ । ପ୍ରାୟ ୧୯ହଜାର ୬୦୦କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ । ଏହା ସହ ଓଡ଼ିଶା ପାଇଁ ଅନ୍ୟ କିଛି ସ୍ୱତନ୍ତ୍ର ଘୋଷଣା କରିବାର ସମ୍ଭାବନା ରହିଛି ।

Related posts

ଆଖି ବୁଜିଲେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ କମଳା ଦାସ

mahabharatanews

ଆଜିଠୁ ଆରମ୍ଭ ଯୁକ୍ତ୨ ନାମଲେଖା ପ୍ରକ୍ରିୟା

mahabharatanews

ବିରଳ ପ୍ରଜାତିର ଲାଲ୍ ରଙ୍ଗର ବଗ

mahabharatanews