ଓଡିଶା

ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ପ୍ରିୟବ୍ରତ ପଟ୍ଟନାୟକଙ୍କ ପରଲୋକ

(ମହାଭାରତ/ଭୂବନେଶ୍ୱର): ଅବସରପ୍ରାପ୍ତ ବରିଷ୍ଠ ଆଇଏସ ଅଫିସର ପ୍ରିୟବ୍ରତ ପଟ୍ଟନାୟକଙ୍କ ଆଜି ସକାଳେ ପରଲୋକ ହୋଇଛି । ଲିଭର କ୍ୟାନ୍ସରରେ ପୀଡିତ ହୋଇ ମୁମ୍ବାଇରେ ଚିକିତ୍ସାଧୀନ ଅବସ୍ଥାରେ ୬୭ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ତାଙ୍କର ମୃତ୍ୟୁ ସମ୍ପର୍କରେ ତାଙ୍କର ସମ୍ପର୍କୀୟ ଭାଇ ସୂଚନା ଦେଇଛନ୍ତି । ପ୍ରିୟବ୍ରତ ୧୯୭୬ ବ୍ୟାଚର ଆଇଏସ ଅଫିସର ଥିଲେ । ତାଙ୍କର କ୍ୟାରିଅର ଭିତରେ ସେ ଅନେକ ଗୁରତ୍ୱପୂର୍ଣ୍ଣ ବିଭାଗର ଦାୟୀତ୍ୱ ନେଇଥିଲେ । ସେ ଓଡ଼ିଶା ଜୁଡୋ ଆସୋସିଏସନର ସଭାପତି ମଧ୍ୟ ରହିଥିଲେ । ଜଣେ ଦକ୍ଷ ପ୍ରଶାସକ, ସଂସ୍କୃତିପ୍ରେମୀ ଓ କ୍ରୀଡାପ୍ରେମୀ ଭାବେ ତାଙ୍କର ଯଥେଷ୍ଟ ସୁନାମ ରହିଛି । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ମରଶରୀରକୁ ମୁମ୍ବାଇରୁ ଓଡ଼ିଶା ଆଣିବାକୁ ପ୍ରୟାସ ଜାରି ରହିଛି ।

 

Related posts

ରାଜ୍ୟରେ କମିବ ବର୍ଷାର ପରିମାଣ 

mahabharatanews

ଶେରଗଡ ପୁଲିସ ହାତରେ ଆଉ ଜଣେ ଚୋରା ଗୁଟୁଖା ବେପାରି

mahabharatanews

ଆଜି ଶ୍ରୀଜିଉଙ୍କ ଖସାପଡ଼ା ନୀତି; ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ 

mahabharatanews