Uncategorized

ଚୀନର ୧୧ କମ୍ପାନୀ ସମୂହ ଉପରେ ଆମେରିକାର ଅଙ୍କୁଶ

ଓ୍ବାଶିଂଟନ୍: ଚୀନର ବିସ୍ତାରବାଦକୁ ନେଇ ଅତିଷ୍ଠ ବିଶ୍ୱ ସମୂଦାୟ ସେମାନଙ୍କ ଅସନ୍ତୋଷ ଧୀରେ ଧୀରେ ବ୍ୟକ୍ତ କରିବା ଆରମ୍ଭ କରିଛନ୍ତି । ଭାରତ ପ୍ରଥମେ ଚୀନର ୫୯ ମୋବାଇଲ ଆପ ରଦ୍ଦ କରିବା ପରେ ଚୀନ ସହ ଥିବା ଅନେକ ରାଜିନାମା ବାତିଲ କରିଛି । ଏହା ପରେ ଚୀନ ଉପରେ ଅଙ୍କୁଶ ଲଗାଇବା ଆରମ୍ଭ କରିଛି ଆମେରିକା । ଆମେରିକା ସୋମବାର ଦିନ ଚୀନ୍‌ ବିରୋଧରେ ମାନବାଧିକାର ଉଲ୍ଲଙ୍ଘନ ଅଭିଯୋଗ ଆଣିଛି । ଚୀନର ପଶ୍ଚିମ ପ୍ରଦେଶର ଜିନଜିଆଙ୍ଗରେ ମାନବ ଅଧିକାର ଉଲ୍ଲଂଘନକୁ ନେଇ ୧୧ଟି ବିରୋଧରେ କଟକଣା ଜାରି କରିଛି ଆମେରିକା। । ଚାଙ୍ଗଜି ଏସ୍କାଲ୍ ଟେକ୍ସଟାଇଲ୍ କମ୍ପାନୀ ଲିମିଟେଡ୍, ହେଫେଇ ବିଟଲ୍ୟାଣ୍ଡ ସୂଚନା ପ୍ରଯୁକ୍ତିବିଦ୍ୟା ଲିମିଟେଡ୍, ହେଫି ମେଲିଂ କମ୍ପାନୀ ଲିମିଟେଡ୍, ହାତିଆ ହାଓଲିନ୍ ହେୟାର ଆକ୍ସେସୋରିଜ୍ କମ୍ପାନୀ ଲିମିଟେଡ୍, ହାତିଆ ଟେଡା ପୋଷାକ କମ୍ପାନୀ ଟେକ୍ସଟାଇଲ୍ କମ୍ପାନୀ ଲିମିଟେଡ୍, ନାନଚାଙ୍ଗ ଓ-ଫିଲ୍ମ ଟେକ୍ ଏବଂ ଟାନୁଆନ୍ ଟେକ୍ନୋଲୋଜି କମ୍ପାନୀ ଲିମିଟେଡ୍ ସାମିଲ୍ ରହିଛି ।
ଏକ ବିବୃତ୍ତିରେ କୁହାଯାଇଛି, ‘ବେଜିଂ ଏହାର ନାଗରିକମାନଙ୍କୁ ଦମନ କରିବା ପାଇଁ ବାଧ୍ୟତାମୂଳକ ଶ୍ରମ ତଥା ଅପମାନଜନକ ଡିଏନଏ ସଂଗ୍ରହ ଏବଂ ବିଶ୍ଳେଷଣ ଯୋଜନାକୁ ପ୍ରୋତ୍ସାହିତ କରୁଛି। ଦି ୱାଶିଂଟନ୍ ପୋଷ୍ଟ ରିପୋର୍ଟ ଅନୁଯାୟୀ, ବାଣିଜ୍ୟ ବିଭାଗ ସେହି ୧୧ଟି କମ୍ପାନୀକୁ କଳା ତାଲିକାରେ ଅନ୍ତର୍ଭୁକ୍ତ କରିଥିଲା ।

Related posts

ସି-୧୩୦ ବିମାନ ଦୁର୍ଘଟଣା: ୩ ପାଇଲଟଙ୍କ ମୃତ୍ୟୁ

mahabharatanews

ମଧ୍ୟପ୍ରଦେଶ ସଂକଟ ମଧ୍ୟରେ ଜୟପୁର ଅଭିମୁଖେ କଂଗ୍ରେସର ୯୫ ବିଧାୟକ

mahabharatanews

ଆସାମ ବନ୍ଦୀ ଗୃହରେ ୩ ବର୍ଷରେ ୨୬ ମୃତ୍ୟୁ

mahabharatanews