ଓଡିଶା

ରୋଗୀଣା ପତ୍ନୀଙ୍କ ଚିକିତ୍ସା ପାଇଁ ଯିବା ବେଳେ ପୋଲିସ ମାଡରେ ଲହୁଲୁହାଣ ସ୍ୱାମୀ

ବାଙ୍କୀ: ସାରା ଦେଶରେ କରୋନା ମୁକାବିଲ ପାଇଁ ଲକଡାଉନ ଜାରି କରାଯାଇଛି । ଏହି ମହାମାରୀ ଭୂତାଣୁର ଭୟାବହତାକୁ ନେଇ ଲକଡାଉନକୁ ୩୦ ତାରିଖ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । କିନ୍ତୁ ଅତ୍ୟାବଶ୍ୟକ ସାମଗ୍ରୀ, ଜରୁରୀ କାଳୀନ ସେବା ଆଦିକୁ ଏହି ଲକଡାଉନରୁ ବାଦ ଦିଆଯାଇଛି । ଲକଡାଉନକୁ କଡାକଡି କରିବାକୁ ତଥା ଲୋକଙ୍କ ସୁରକ୍ଷା ପାଇଁ ପୁଲିସ ପ୍ରଶାସନ ଦିନ ରାତି ଏକ କରି କାମ କରୁଛନ୍ତି । ଉଦୁଉଦିଆ ଖରାବେଳେ ରାସ୍ତା ଉପରେ ଜଗି ବସିଛନ୍ତି ଲୋକଙ୍କ ସୁରକ୍ଷା ପାଇଁ । କେତେକ ସ୍ଥାନରେ କିଛି ଅସାମାଜିକ ତତ୍ୱଙ୍କ ମନମାନି ପାଇଁ ପୋଲିସକୁ କଠୋର ହେବାକୁ ପଡୁଛି । ଏଥିନେଇ କେଉଁଠି ଲାଠି ପ୍ରହାର ଦିଆଯାଉଛି ତ କେଉଁଠି ଅପମାନିତ କରାଯାଉଛି । ଏସବୁ ସତ୍ତେ୍ୱ ମଧ୍ୟ ପୋଲିସ ସପକ୍ଷରେ ସମସ୍ତେ ରହିଛନ୍ତି । ପୋଲିସର ଏହି କଠୋରତା ବର୍ତ୍ତାମନର ଆବଶ୍ୟକତା ବୋଲି କେତେକାଂଶରେ ହୃଦୟଙ୍ଗମ ହେଉଛି । କିନ୍ତୁ ବାଙ୍କୀ ଅଞ୍ଚଳରେ ଆଜି ଯେଉଁ ଘଟଣା ସାମ୍ନାକୁ ଆସିଛି ତାହା ପୋଲିସର ବର୍ବରତା କୁହାଯାଇ ପାରେ ।

ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ଅସୁସ୍ଥତା ପାଇଁ ତାଙ୍କୁ ମୋଟର ସାଇକେଲରେ ବସାଇ ହସ୍ପିଟାଲ ଯାଉଥିଲେ । ରାସ୍ତାରେ ଗୋଟିଏ ଜାଗାରେ ପୁଲିସ କର୍ମଚାରୀ ସେମାନଙ୍କୁ ଅଟକାଇବା ସହ ସେମାନଙ୍କୁ ପଚରାଉଚରା କରିଥିଲେ । ତେବେ ଘଟଣା ଏପରି କଣ ହେଲା କି, ମହିଳା ପୁଲିସ୍ କର୍ମଚାରୀଙ୍କ ମାଡ଼ରେ ବାଇକ୍ ଆରୋହୀ ରକ୍ତାକ୍ତ ହୋଇଥିଲେ । ଏତିକିରେ ବି ପୋଲିସର ବର୍ବରତାର ଅନ୍ତ ଘଟିଲା ନାହିଁ, ଉକ୍ତ ବ୍ୟକ୍ତିଙ୍କୁ ହସ୍ପିଟାଲ ନେବା ବଦଳରେ ଥାନାକୁ ନେଇ ଯାଇଥିଲେ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖିବାକୁ ମଳିଛି । ପ୍ରଶାସନ କହିଛି, ମେଡିକାଲ କେଶରେ ସ୍ଥାନୀୟ ପୋଲିସ ନିକଟରୁ ଅନୁମତି ପତ୍ର ଯୋଗାଇ ଦିଆଯିବ । ଯଦି ଉକ୍ତ ବ୍ୟକ୍ତି ଅନୁମତି ପତ୍ର ବିନା ଯାଉଥିଲେ, ତେବେ ପୋଲିସକୁ କିଏ ଅନୁମତି ଦେଲା ଏପରି ଚୋର, ଖଣ୍ଟଙ୍କୁ ମାଡ ମାରିବା ପରି ଜଣେ ଲୋକଙ୍କୁ ମାଡ ମାରିବାକୁ? କିଏ ଅନୁମତି ଦେଲା ଅସହାୟ, ରୋଗୀଣା ସ୍ତ୍ରୀ ସମ୍ମୁଖରେ ତାର ସ୍ୱାମୀଙ୍କୁ ଲହୁଲୁହାଣ କରିବାକୁ? ଏହା କଣ ପୋଲିସର ମାନବିକତା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Related posts

କରୋନାରେ ଆଖି ବୁଝିଲା ୨ବର୍ଷର ଶିଶୁ

mahabharatanews

୧୪୮ କୋଟି ବ୍ୟୟ ଅଟକଳରେ ପୁନଃନିର୍ମାଣ ହେଉଛି ଇନ୍ଦ୍ରାବତୀ ପାର୍କ

mahabharatanews

ଭାବି ସ୍ୱାମୀକୁ ଚୂନ ଲଗାଇଲା କନ୍ୟା

mahabharatanews