ଭାରତ

ହସ୍ପିଟାଲରେ ଭର୍ତ୍ତି ହେଲେ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ

(ଦିଲ୍ଲୀ)  : ହସ୍ପିଟାଲରେ ଭର୍ତ୍ତି ହେଲେ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ । ଭାଦ୍ରାଙ୍କ ସ୍ୱାସ୍ଥ୍ୟବସ୍ଥା ହଠାତ୍ ଖରାପ ହେବା କାରଣରୁ ହସ୍ପିଟାଲରେ ଭର୍ତି ହୋଇଛନ୍ତି । ଏହି ସୂଚନା ସେ ନିଜେ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ମାଧ୍ୟମରେ ଦେଇଛନ୍ତି । ବାବା ବିଶ୍ୱନାଥଙ୍କୁ ଭେଟିବା ପରେ ରାହୁଲ ଗାନ୍ଧୀ ମଧ୍ୟ ଗୋଦୂଲିଆ ଛକ ଠାରେ ଜନସାଧାରଣଙ୍କୁ ସମ୍ବୋଧିତ କରିବେ ।

ସେ ଟୁଇଟରରେ ଲେଖିଛନ୍ତି, ମୁଁ ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ ଉତ୍ତରପ୍ରଦେଶରେ ପହଞ୍ଚିବା ପାଇଁ ଉତ୍ସାହର ସହିତ ଅପେକ୍ଷା କରିଥିଲି, କିନ୍ତୁ ଅସୁସ୍ଥତା ହେତୁ ମୋତେ ଆଜି ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡିଲା । ମୁଁ ଭଲ ଅନୁଭବ କରିବା ମାତ୍ରେ ଏହି ଯାତ୍ରାରେ ଯୋଗଦେବି । ସେପର୍ଯ୍ୟନ୍ତ, ଚାନ୍ଦୌଲିି-ବନାରସରେ ପହଞ୍ଚୁଥିବା ସମସ୍ତ ଯାତ୍ରୀ, ମୋର ସହକର୍ମୀ ତଥା ଉତ୍ତରପ୍ରଦେଶର ପ୍ରିୟ ଭାଇଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି । କଂଗ୍ରେସ ନେତାମାନେ ଦାବି କରିଛନ୍ତି ଯେ ବନାରସରେ ରାହୁଲଙ୍କ ଯାତ୍ରାରେ ଅଢ଼େଇ ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କ ସମାଗମ ହେବ ।

Related posts

ରାଜସ୍ଥାନରେ ଭୟଙ୍କର ଗ୍ରୀଷ୍ମ ପ୍ରବାହ ଜାରି

mahabharatanews

ସହର ଭିତରେ ବୁଲୁଛି ହାତୀ

mahabharatanews

ସରିଲା ‘ଜି୨୦’ ବୈଠକ: ବାଦ ପଡିଲେ ଚୀନ୍,ସାଉଦି ଆରବ

mahabharatanews