ମନୋରଞ୍ଜନ

ଆଖି ବୁଜିଲେ ବଲିଉଡ ପ୍ରଯୋଜକ ଧୀରଜଲାଲ ଶାହ

(ମୁମ୍ବାଇ) : ୯୦ଦଶକର ଲୋକପ୍ରିୟ ବଲିଉଡ ପ୍ରଯୋଜକ ଧୀରଜଲାଲ ଶାହଙ୍କ ଗତ ସେମାବ‌ାର ପରଲୋକ ହୋଇଥିବା ଇଣ୍ଡିଆନ ଫିଲ୍ମ ଟିଭି ପ୍ରଡ୍ୟୁସର୍ସ କାଉନସିଲ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦେଇଛି।

ସୂଚନାନୁଯାୟୀ , ଦୀର୍ଘଦିନରୁ ଧୀରଜଲାଲ ଅସୁସ୍ଥ ହୋଇ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।  ଗତ ୨୦ଦିନ ଭିତରେ ତାଙ୍କ ସ୍ବାସ୍ଥ୍ୟାବସ୍ଥ‌ା ଅଧିକରୁ ଅଧିକ ବିଗିଡ଼ିବାକୁ ଲାଗିଥିଲା। ତେଣୁ ତାଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିଲା। ଗତ ସୋମବାର ଡାକ୍ତରଙ୍କ ଅନେକ ଚେଷ୍ଟାପରେ ବି ଧୀରଜଲାଲ ଶାହା ଜୀବନ ଯୁଦ୍ଧରେ ହାରି ଯାଇଥି‌ଲେ। ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଧୀରଜଲାଲଙ୍କ ଅନ୍ତିମ ସଂସ୍କାର ହେବ ବୋଲି ସୂଚନା ମିଳିଛି ।

Related posts

ଅନୁଭବଙ୍କ ଫିଲ୍ମ ‘ଲଭ୍ ଇନ୍ ଲଣ୍ଡନ’ର ଟ୍ରେଲର ରିଲିଜ

mahabharatanews

ଏକାଠି ଠୁମକା ଲଗାଇଲେ କରିସ୍ମା ଓ ମାଧୁରୀ

mahabharatanews

ଆସିଲା ଟିଜର ,ଖୁବଶୀଘ୍ର ଆସିବ ଶକ୍ତିମାନ 

mahabharatanews