ଓଡିଶା

ମାଟ୍ରିକରେ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ମାହାଙ୍ଗା: କଟକ ଜିଲ୍ଲା ମାହାଙ୍ଗା ବ୍ଲକ କୋଠପଡା ସ୍ଥିତ ଶଶିପ୍ରଭା ସେବିକା ତାଲିମ୍ କେନ୍ଦ୍ର ପରିସରରେ “ଶରତ କର ଓ ଅନିମା କର ପ୍ରତିଷ୍ଠାନ ପକ୍ଷରୁ ଚଳିତ ବର୍ଷ ୧୦ମ ଶ୍ରେଣୀ ପରୀକ୍ଷା ରେ ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଲକ ର ୧୦ ଜଣ ମେଧାବୀ ଓ କୃତି ବିଦ୍ୟାର୍ଥୀ ମାନଙ୍କୁ ଉପଢୌକନ, ପ୍ରଶଂସା ପତ୍ର, ପ୍ରୋତ୍ସାହନ ବୃତ୍ତି ରାଶି ପ୍ରଦାନ ସହିତ ଶିକ୍ଷାନୁଷ୍ଠାନ ର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ଉତ୍ସସିତ ସମ୍ବର୍ଧନା ଜ୍ଞାପନ କରାଯାଇଛି। ଏହି ବିଦ୍ୟାର୍ଥୀ ସମ୍ମାନିତ ସଭା ରେ ପ୍ରତିଷ୍ଠାନର ଅଧ୍ୟକ୍ଷ ତଥା ଭାରତ ସରକାରଙ୍କ ପ୍ରାକ୍ତନ ଆୟକର ଆୟୋଗ ଶୋଭନ କରଙ୍କ ପୌରହିତ୍ୟରେ ଓଡ଼ିଶା ସରକାରଙ୍କ ପ୍ରାକ୍ତନ ପ୍ରଶାସକ ଅଶୋକ କୁମାର ଦାସ, ପ୍ରତିଷ୍ଠାନର ସହ ଅଧ୍ୟକ୍ଷ ତଥା ଅଧ୍ୟାପକ ସୁମନ କର, ସ୍ତମ୍ଭକାର ଅବନୀ ଚନ୍ଦ୍ର ଦାସ, ବସନ୍ତ କୁମାର ପଣ୍ଡାଙ୍କ ସମେତ ଅନେକ ବୁଦ୍ଧିଜୀବୀ ଯୋଗ ଦେଇଥିଲେ। ସଭା ପରିଶେଷରେ ପ୍ରଶାନ୍ତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Related posts

ରହସ୍ୟ ଘେରରେ ବଧୂହତ୍ୟା: କଠୋର କାର୍ଯ୍ୟାନୁଷ୍ଠାନ ଦାବିକଲେ ମୃତକଙ୍କ ଭାଇ

mahabharatanews

ଏଣିକି ସମଲେଶ୍ୱରୀ ମନ୍ଦିରରେ ପାନ-ଗୁଡୁଖା ନିଷେଧ

mahabharatanews

ମହେନ୍ଦ୍ର ତନୟା ମହୋତ୍ସବ ୨୦୨୬ ଉଦଘାଟିତ

mahabharatanews