ଓଡିଶା

ଜମୁଛି ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର

(ଭୁବନେଶ୍ୱର) : ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଜମୁଛି ପ୍ରଚାର । ମୈଦାନକୁ ଓହ୍ଲାଇବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ବିଭିନ୍ନ ଦଳର ହେଭିୱେଟ୍ ନେତା । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡା, ଜଗତସିଂହପୁର ଗସ୍ତରେ ଯାଇ ଦଳୀୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ।

ସୂଚନାନୁଯାୟୀ , ପ୍ରଥମେ ସକାଳ ୧୦ଟା ୪୫ରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡାରେ ନିର୍ବାଚନୀ ସଭାରେ ଯୋଗଦେବେ । ପରେ ଦିନ ୧୨ଟାରେ ରାହାମ୍ବା ଏବଂ ୧୨ଟା ୫୫ମିନିଟରେ ଜଗତସିଂହପୁରରେ ନିର୍ବାଚନୀ ସଭାରେ ଯୋଗଦେବେ । ସେହିପରି ବରିଷ୍ଠ ବିଜେଡି ନେତା ଭିକେ ପାଣ୍ଡିଆନ ମଧ୍ୟ ଭଦ୍ରକ ଗସ୍ତରେ ଯାଇ ଅପରାହ୍ନରେ ବାସୁଦେବପୁର, ତିହିଡିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ରୋଡ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି ।

Related posts

ଆଜିଠୁ ନକ୍ସଲଙ୍କ ସହିଦ ସପ୍ତାହ: ମାଲକାନଗିରିରେ ହାଇଆଲର୍ଟ

mahabharatanews

ଅକ୍ଟୋବରରୁ ଭାରତରେ ୫ଜି ସେବା

mahabharatanews

ସ୍କ୍ରବ ଟାଇଫସ ଆତଙ୍କ; ସୁନ୍ଦରଗଡ଼ରେ ସଂଖ୍ୟା ୩୬୧କୁ ବୃଦ୍ଧି 

mahabharatanews