ଅପରାଧଓଡିଶା

ସନ୍ଦେହଘେରରେ ଗଣେଶଙ୍କ ମୃତ୍ୟୁ, ଟେର ପାଉନି ପୋଲିସ

ଯୁବକଙ୍କୁ ଇଟାରେ ଛେଚି ନିର୍ମମ ହତ୍ୟା। ଖୁଣ୍ଟା ଥାନା ବଡ଼ଖୁଣ୍ଟା ଗ୍ରାମରେ ଘଟିଛି ଏଭଳି ଘଟଣା। ରାସ୍ତା ପାର୍ଶ୍ଵରେ ପଡିଛି ମୃତଦେହ। ଖୁଣ୍ଟା ଥାନା ଖପରାପାଳ ଗ୍ରାମର ଗଣେଷ ହେମ୍ବ୍ରମ ଖୁଣ୍ଟା ସାପ୍ତାହିକ ହାଟ ଆସିଥିଲେ। ହେଲେ ହାଟରୁ ଆଉ ଘରକୁ ଫେରି ନଥିଲେ। ଆଜି ସ୍ଥାନୀୟ ଲୋକେ ରାସ୍ତାରେ ଯିବା ସମୟରେ ବଡ଼ଖୁଣ୍ଟା ରାସ୍ତା ପାର୍ଶ୍ଵରେ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ।

ଏନେଇ ପୋଲିସକୁ ଖବର ଦେବା ପରେ ଖୁଣ୍ଟା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଯୁବକଙ୍କ ମୁହଁକୁ ଅତି ନିର୍ମମ ଭାବେ ଇଟାରେ ଛେଚି ହତ୍ୟା କରାଯାଇଥିବା ପୋଲିସ ଜାଣିବାକୁ ପାଇଥିବା ବେଳେ କେଉଁ କାରଣରୁ ହତ୍ୟାକାଣ୍ଡ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। ହେଲେ ମୃତଦେହ ପାଖରେ ଗାଡି ଚାବି ପଡ଼ିଥିବା ବେଳେ ତଦନ୍ତ ପାଇଁ ସାଇଣ୍ଟିଫିକ ଟିମର ସହାୟତା ଲୋଡ଼ିଛି ପୋଲିସ। ତେବେ କିଏ ଏବଂ କଣ ପାଇଁ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଭିଆଇଲା ତାହାର ତଦନ୍ତ ଚାଲିଛି।

Related posts

ବୁଢା ଡ଼ଙ୍ଗର ଲୋକ ମହୋତ୍ସବ ୨୦୨୫ କେସିଙ୍ଗା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଉଦଯାପିତ

mahabharatanews

ଯୌତୁକ ପାଇଁ ଚାଲିଗଲା ନବବିବହିତା ବଧୂର ଜୀବନ

mahabharatanews

ଉତ୍କଳ ଗୌରବ ମଧୁବାବୁଙ୍କ ଜୟନ୍ତୀ ଅବସରରେ କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ

mahabharatanews