ଓଡିଶା

୭ ମାସ ସମୁଦ୍ରରୁ ମାଛ ଧରିବା ମନା

(ଭୁବନେଶ୍ୱର) :  ୭ ମାସ ସମୁଦ୍ରରୁ ମାଛ ଧରିବା ମନା । ଅଲିଭ୍‌ ରିଡଲେଙ୍କ ସୁରକ୍ଷା ପାଇଁ ସମୁଦ୍ରରୁ ମାଛ ଧରିବା ନେଇ ଆଜିଠାରୁ ୭ ମାସ ଲାଗି କଟକଣା ଜାରି କରାଯାଇଛି। ମତ୍ସଜୀବୀମାନଙ୍କୁ ଉପକୂଳଠାରୁ ସମୁଦ୍ର ଭିତରକୁ ୨୦ କିଲୋମିଟର ପର୍ଯ୍ୟନ୍ତ ଆଗାମୀ ମେ’ ୩୧ ଯାଏଁ ମାଛ ନଧରିବା ପାଇଁ ମତ୍ସଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ମେ ୩୧ ପର୍ଯ୍ୟନ୍ତ ଋଷିକୂଲ୍ୟା, ଧାମରା  ଓ ଦେବୀ ୩ ନଦୀ ମୁହାଣରୁ ମାଛ ମାରିବାକୁ ବାରଣ କରାଯାଇଛି।

ସୂଚନାନୁଯାୟୀ , ଏଣେ ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ ନଦୀ ମୁହାଣରେ ଶିବିର ଖୋଲଯିବ। ଏହି ଶିବିରଗୁଡ଼ିକରେ ବନ ବିଭାଗର କର୍ମଚାରୀଙ୍କୁ ମୁତୟନ କରାଯିବ। ଏମାନେ ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ ଦାୟିତ୍ୱ ନେବେ।ତେଣୁ ପ୍ରଶାସନ ତରଫରୁ ସଂପୃକ୍ତ ମତ୍ସଜୀବୀ ପରିବାରକୁ ଆର୍ଥିକ ସହଯୋଗ ଦିଆଯିବ ବୋଲି ଜଣାଯାଇଛି।

Related posts

ଦାଣ୍ଡ ଯାତ୍ରା ଉତ୍ସବ, ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଭିଡ଼ରେ ଦାଣ୍ଡ ପ୍ରକମ୍ପିତ

mahabharatanews

ସୁବର୍ଣ୍ଣପୁରରେ ନୂତନ ଜିଲ୍ଲାପାଳ ଯୋଗଦେବା ପରେ ଚଳଚଞ୍ଚଳ ହୋଇଛି ସମସ୍ତ ସରକାରୀ କାର୍ଯ୍ୟାଳୟ…

mahabharatanews

ବିଧାୟକଙ୍କ ଦ୍ଵାରା ହୋମିଓପ୍ୟାଥି ଚିକିତ୍ସା ଶିବିର ଉଦଘାଟିତ

mahabharatanews