ଓଡିଶା

କୃଷକ ଓ ଶ୍ରମିକ ବିରୋଧୀ ନୀତିର ପ୍ରତିବାଦ

ଗଜପତି ଜିଲ୍ଲାର ବିଭିନ୍ନ ଶ୍ରମିକ ଓ କୃଷକ ସଂଗଠନ ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ନୂଆ ବସଷ୍ଟାଣ୍ଡରୁ ଏକ ଶୋଭାଯାତ୍ରା ବାହାରି କଲେଜ ଛକ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତିର ପ୍ରତିବାଦ କରାଯାଇଥିଲା।ଅଖିଳ ଭାରତ କିଶାନ୍ ମଜଦୁର ସଭାର ଜିଲ୍ଲା ସମ୍ପାଦକ କେଦାର ଶବର, ଜିଲ୍ଲା କମିଟି ସଭ୍ୟ କାଡୁକା ଶବର, ଓଡ଼ିଶା କୃଷକ ସଭାର ଜିଲ୍ଲା ସଭାପତି ଦଣ୍ଡପାଣି ରଇତ, ଶ୍ରମିକ ନେତା ଏମ ବାଙ୍ଗାରୀ, ପି ମୁରଲି, କେ ବାଲକ୍ରିଷ୍ଣା ଓ ରୟତ କୁଲି,ରୟତ ସଂଘର ନେତା ଆର୍ ଲୋକନାଥଙ୍କ ନେତୃତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ବକ୍ତାମାନେ ସରକାରଙ୍କ ଜନ ବିରୋଧୀ ନୀତିର ତୀବ୍ର ସମାଲୋଚନା କରିଥିଲେ ଏକ୍ ପ୍ରତିନିଧ୍ ଦଳ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ମୁନିନ୍ଦ୍ର ହୋନାଗାଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଆଇନ ଶୃଙ୍ଖଳା ପରିସ୍ଥିତିକୁ ତୃଷ୍ଟିରେ ରଖି ପାରଳାଖେମୁଣ୍ଡି ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୂପତିଙ୍କ ନେତୃତ୍ବରେ ପୁଲିସ ଫୋର୍ସ ମୁତୟନ ହୋଇଥିଲା ।

Related posts

ବିଧାୟକଙ୍କ ଦ୍ୱାରା କେର-୩୨ ଦନ୍ତ ଚିକିତ୍ସାଳୟ ଉଦଘାଟିତ

mahabharatanews

ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ

mahabharatanews

ଫେଲ ମାରିଛି ପାରାଦ୍ୱୀପ ବନ୍ଦର ପ୍ରଶାସନର ଟ୍ରାଫିକ ନିୟନ୍ତ୍ରଣ ଯୋଜନା

mahabharatanews