ଓଡିଶା

୧୨ ଘଣ୍ଟିଆ  ବନ୍ଦ ପାଳନ 

(ଭୁବନେଶ୍ୱର) : ପଦ୍ମପୁରକୁ ନୂଆ ଜିଲ୍ଲା ଘୋଷଣା ପରେ ବିଭିନ୍ନ ସହରକୁ ଜିଲ୍ଲା କରିବା ନେଇ ଦାବି ହେଉଛି । ଜିଲ୍ଲା ମାନ୍ୟତା ଦାବିରେ ଆଜି ୧୨ ଘଣ୍ଟିଆ ଟିଟଲାଗଡ,ଆଠଗଡ ,ଜଗତସିଂହପୁର ବନ୍ଦ ପାଳନ କରାଯାଉଛି । ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ଦାବିରେ ଆଠଗଡ଼ ବନ୍ଦ ପାଳନ କରାଯାଇଛି । ଆଠଗଡ଼ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ ହେଉଛି । ସେହିପରି ଟିଟଲାଗଡ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ନୂଆ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି । ଅନ୍ୟପଟେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ସହର ବନ୍ଦ ପାଳନ କରାଯାଉଛି ।

ସୂଚନାନୁଯାୟୀ ,  ଜିଲ୍ଲା ସ୍ବାସ୍ଥ୍ୟ ସୁରକ୍ଷା ଅଭିଯାନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ସକାଳ ୫ଟା ରୁ ଅପରାହ୍ନ ୪ଟା ଯାଏଁ ୧୧ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ସେପଟେ ପଦ୍ମପୁରକୁ ଜିଲ୍ଲା କରାଯିବା ଆଶା ଆଉ ପାଦେ ଆଗେଇଛି । ଜିଲ୍ଲା ସଦର ମହକୁମା ଚିହ୍ନଟ ପାଇଁ ସ୍ଥାନ ପରିଦର୍ଶନ କରିଛି ଟିମ୍‌ ।

Related posts

ଘନକୁହୁଡ଼ି : ୧୫ଜିଲ୍ଲାକୁ ସତର୍କ ଜାରି  

mahabharatanews

ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

mahabharatanews

ପୁରୀରୁ କୋଣାର୍କକୁ ଗଡିବ ଟ୍ରେନ 

mahabharatanews