ଭୁବନେଶ୍ୱର: ଓଡିଶା ଷ୍ଟାଫ ସିଲେକ୍ସନ କମିଶନ (ଓଏସଏସସି) ଅଫିସ ସମ୍ମୁଖରେ ବିକ୍ଷୋଭ । ଶହଶହ ଚାକିରି ଆଶାୟୀ ଓଏସଏସସି ଅଫିସ ସମ୍ମୁଖରେ ବିକ୍ଷୋଭ କରିଛନ୍ତି । ବିଭାଗରେ ଦୁର୍ନୀତି ପାଇଁ ଉପଯୁକ୍ତ ପରୀକ୍ଷାର୍ଥୀ ଚାକିରି ପାଇବାରୁ ବଞ୍ଚିତ ହେଉଥିବା ନେଇ ଅଭିଯୋଗ କରି ଏହି ବିକ୍ଷୋଭ କରାଯାଇଛି । ଓଏସଏସସିର ତୃତୀୟ ଶ୍ରେଣୀ କର୍ମଚାରୀ ବିରଞ୍ଚିନାରାୟଣ ସାହୁଙ୍କ ଘରୁ କୋଟିକୋଟି ଟଙ୍କାର ସମ୍ପତ୍ତି ଭିଜିଲାନ୍ସ ଜାଣିବାକୁ ପାଇ ତାଙ୍କୁ ଗିରଫ କରିବା ପରେ ଏହି ବିଭାଗରେ ବ୍ୟାପକ ଦୁର୍ନୀତି ହେଉଥିବା କଥା ସାମ୍ନାକୁ ଆସିଛି । ତେଣୁ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ବିରଞ୍ଚିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ବିଭାଗରେ ଲୁଚି ରହିଥିବା ଅନ୍ୟ ଅଧିକାରୀଙ୍କ ବିରୋଧରେ ପଦକ୍ଷେପ ନିଆଯିବାକୁ ଦାବି ହେଉଛି ।
next post